ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦୀର୍ଘ ଗୋଟାଏ ସପ୍ତାହର ଅଗ୍ନିବର୍ଷି ୪୫ ଡ଼ିଗ୍ରୀ ତାତିରେ ଉପଶମ ମିଳିଛି। ରବିବାର ସନ୍ଧ୍ୟା ୬ ଟା ବେଳେ କାଳ ବୈଶାଖୀ ବର୍ଷାରେ ୨୦ ମିନିଟ ଧରି ଭିଜିଛି ନର୍ଲା। ପ୍ରବଳ ତାତିରୁ ଅଳ୍ପ ଉପଶମ ମିଳିଛି। ଆଜି ସନ୍ଧ୍ୟା ୬ ଟା ବେଳେ ହଠାତ କଳାହାଣ୍ଡିଆ ମେଘ ଘୋଟି ଆସି ପବନ ବତାସ ଶହ ବିଜୁଳୀ ଘଡଘଡି ମରିଥିଲା। ଏଥିରେ ଭାନପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ରାକ୍ସି ଗ୍ରାମର ଚାଷୀ ଜଗଦୀଶ ସାହୁଙ୍କ ବାରିପଟେ ରହିଥିବା ଏକ ସୁ ଉଚ୍ଚ ତାଳ ଗଛ ବଜ୍ରାଘାତ ଯୋଗୁଁ ହୁତୁ ହୁତୁ ହୋଇ ଜଳି ଯାଇଥିଲା। ଦୀର୍ଘ ଘଣ୍ଟାଏ ଧରି ଜଳିଥିଲା ତାଳ ଗଛ। ଅଚାନକ ଘଟିଥିବା ବଜ୍ରାଘାତ ଘଟଣାରେ କେବଳ ଆମ ପରିବାର ବୋଲି ନୁହଁ ଗାଁ ସାରା ଲୋକେ ଭୟଭୀତ ହୋଇ ପଡ଼ିଥିଲେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ରାକ୍ସି ଗ୍ରାମର ଜଗଦୀଶ।