ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଜାତୀୟ ସମଦ୍ରିଷ୍ଟୀ, କ୍ଷମତା ବିକାଶ ଏବଂ ଅନୁସନ୍ଧାନ ମଣ୍ଡଳ ସଂଗଠନ (ସକ୍ଷମ)ର ପ୍ରତିଷ୍ଠା ଦିବସ ଆଜି ଓଡିଶା ଶାଖା ତରଫରୁ ଭୁବନେଶ୍ୱର ସ୍ଥିତ ଚେତନା ଅନୁଷ୍ଠାନରେ ପାଳନ କରାଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ସକ୍ଷମ, ଓଡିଶା ମଣ୍ଡଳ ରାଜ୍ୟ ସଭାପତି ଡ଼ଃ ସତ୍ୟବ୍ରତ ସାହୁ, ସକ୍ଷମ ରାଜ୍ୟ ଉପସଭାପତି ଡ଼ଃ ବିନୟ ଭୂଷଣ ମହାପାତ୍ର, ରାଜ୍ୟ ସମ୍ପାଦକ ଶ୍ରୀମତୀ ମନସ୍ମିତା ଜେନା ଏବଂ ଚେତନା ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ବରିଷ୍ଠ ମନସ୍ତତ୍ବବିତ ପ୍ରଫେସର ଡ଼ଃ ନାରାୟଣ ଚନ୍ଦ୍ର ପତି ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିବା ସହ ସକ୍ଷମ ସଂଗଠନ ସହ ନିଜର ଅନୁଭୂତି ଏବଂ ସକ୍ଷମର ଦିବ୍ୟାଙ୍ଗ ସଶକ୍ତିକରଣ ଓ ସ୍ୱାଭିମାନ ଦିଗରେ ହୋଇଥିବା କାର୍ଯ୍ୟ ଉପରେ ସୂଚନା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସଭାପତି ଡ଼ଃ ସାହୁ ସକ୍ଷମ ସଙ୍ଗଠନ କିପରି ମଜବୁତ ହେବ ଏବଂ ଓଡ଼ିଶାର କୋଣ ଅନୁକୋଣର ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷ କିପରି ଉପକୃତ ହେବେ ତା ଉପରେ ବକ୍ତବ୍ୟ ରଖିଥିଲେ, ଉପସଭାପତି ଡ଼ଃ ମହାପତ୍ର ସ୍ୱାଗତ ସଂଭାଷଣ ଦେବା ସହିତ କହିଥିଲେ ଯେ ସକ୍ଷମ ବିଶ୍ୱାସକରେ ଯେ ଭିନ୍ନକ୍ଷମମାନେ ସମାଜ ଉପରେ ବୋଝ ନୁହନ୍ତି ବରଂ ଦେଶର ସମ୍ପତି, ସମ୍ପାଦକ ଶ୍ରୀମତୀ ଜେନା ଓଡ଼ିଶାରେ ସକ୍ଷମ ତରଫରୁ ହୋଇଥିବା ଦିବ୍ୟାଙ୍ଗ ଉପକାରୀ କାର୍ଯ୍ୟ ଗୁଡିକର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ପ୍ରଫେସର ପତି ରାଜ୍ୟରେ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷ ଶିକ୍ଷା ମାଧ୍ୟମରେ କିଭଳି ସ୍ବାବଲମ୍ବି ହୋଇପାରିବେ ଏବଂ ସମସ୍ତ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ହେବେ ଏଥିପାଇଁ ସକ୍ଷମ ପ୍ରଚେଷ୍ଟା କରୁ ବୋଲି ପ୍ରସ୍ତାବ ରଖିଥିଲେ। ପରିଶେଷରେ ଚେତନା ସ୍ୱତନ୍ତ୍ର ବିଦ୍ୟାଳୟର ଅଧ୍ୟକ୍ଷା ସବିତା ପ୍ରଧାନ ନିଜର ବକ୍ତବ୍ୟ ରଖି ସଭାସାଙ୍ଗ କରିଥିଲେ। ଉକ୍ତ ପ୍ରତିଷ୍ଠା ଦିବସ ପାଳନ ସଭାରେ ଚେତନା ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, କର୍ମଚାରୀଙ୍କ ସହ ସକ୍ଷମର ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।