ମୂଲ୍ୟ ସ୍ଥିର ରଖିବା ପାଇଁ ପ୍ରୟାସ : ସରକାର କିଣିବେ ୫ ଲକ୍ଷ ଟନ ପିଆଜ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ପିଆଜ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବରୁ ୪୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରାଯାଇଥିଲା। ଏହା ପରେ ଅକ୍ଟୋବର ୨୦୨୪ରେ ସର୍ବନିମ୍ନ ରପ୍ତାନି ମୂଲ୍ୟ ଟନ ପିଛା ୮୦୦ ଡଲାର କରାଯାଇଥିଲା। ଡିସେମ୍ବର ୮, ୨୦୨୩ ରେ ରପ୍ତାନି ଉପରେ କଟକଣା ଲଗାଯାଇଥିଲା। ଏସବୁ ସତ୍ତ୍ୱେ ପିଆଜର ଲାଗାତର ଦର ବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି। ଉପଭୋକ୍ତା ବ୍ୟାପାର ବିଭାଗର ତଥ୍ୟ ଅନୁଯାୟୀ ଶୁକ୍ରବାର ପିଆଜର ହାରାହାରି ଖୁଚୁରା ମୂଲ୍ୟ ୩୮.୬୭ ଟଙ୍କା ଥିବାବେଳେ ବର୍ତ୍ତମାନ ପିଆଜ ମୂଲ୍ୟ ୪୦ ଟଙ୍କା ଅତିକ୍ରମ କରିଛି। ତେବେ ମୂଲ୍ୟ ସ୍ଥିର ରଖିବା ପାଇଁ ସରକାର ଚଳିତ ବର୍ଷ ୫ ଲକ୍ଷ ଟନ ପିଆଜ କିଣିବାକୁ ଲକ୍ଷ୍ୟ ରଖିଛନ୍ତି। ଦେଶର ଅଧିକାଂଶ ସ୍ଥାନରେ ମୌସୁମୀର ଅଗ୍ରଗତି ସହିତ ଖୁଚୁରା ମୂଲ୍ୟ ମଧ୍ୟ ହ୍ରାସ ପାଇବ। ଉପଭୋକ୍ତା ବ୍ୟାପାର ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜୁନ ୨୦ ପର୍ଯ୍ୟନ୍ତ କେନ୍ଦ୍ର ସରକାର ବଫର୍‌ ଷ୍ଟକ ଭାବରେ ୭୦,୯୮୭ ଟନ ପିଆଜ କିଣିଛନ୍ତି। ଗତ ବର୍ଷ ସମାନ ଅବଧିରେ ୭୪,୦୭୧ ଟନ ପିଆଜ କ୍ରୟ କରାଯାଇଥିଲା। ସେ କହିଛନ୍ତି ଯେ ପ୍ରବଳ ଉତ୍ତାପ ଏବଂ କମ୍‌ ବର୍ଷା ହେତୁ ଚଳିତ ବର୍ଷ ରବି ଉତ୍ପାଦନରେ ପ୍ରାୟ ୨୦ ପ୍ରତିଶତ ହ୍ରାସ ହେବାର ସମ୍ଭାବନା ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.