ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ବଜାର ମଧ୍ୟରେ ଥିବା ମିଶନ ଶକ୍ତି କାଫେ ନିକଟରେ ଗୋଟିଏ ଗଧ ଆହାତ ଅବସ୍ଥାରେ ପଡ଼ିରହିଛି। ଏନଏସିର ଅଧିକାରୀଙ୍କ ଠାରୁ ଆରମ୍ଭ କରି ସମସ୍ତେ ସେହି ରାସ୍ତା ଦେଇ ଯାତାୟାତ କରୁଥିଲେ ମଧ୍ୟ କାହାର ନଜର ପଡୁନାହିଁ। ଲୋକେ କାହିଁକି ପଶୁଟିକୁ ଚିକିତ୍ସା କରିବାକୁ ଆଗ୍ରହ ପ୍ରକାଶ କରିବେ ସେତ ଗଧ ନାଁ। ସ୍ଥାନୀୟ ଲୋକଙ୍କ କହିବାକଥା ଅନୁସାରେ କୁକୁର କାମୁଡିବା ଦ୍ୱାରା ଗଧଟି ଆହାତ ହୋଇ ସେଠାରେ ପଡିଯାଇଥିଲା। ସେମାନେ ଆମକୁ ଖବର ଦେଇଥିଲେ। ତାଙ୍କଠାରୁ ଖବର ପାଇ ଆମେ ମହିଳା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସହ ଏହି ବିଷୟରେ କଥା ହେଲୁ। ସେ ତାଙ୍କର ଜଣେ ଷ୍ଟାଫଙ୍କୁ ଧରି ସେହି ସ୍ଥାନକୁ ଆସି ଆହାତ ଗଧକୁ ୨ ଗୋଟି ଇଞ୍ଜେକ୍ସନ ଦେଇ ତା’ର ଗୋଟିଏ ଫୋଟ ଉଠାଇ ଚାଲିଗଲେ। କିନ୍ତୁ ଅଧିକ ଚିକିତ୍ସା କରିବାକୁ କହିବାରୁ ପ୍ରାଣୀ ଚିକିତ୍ସା ଅଧିକାରୀ ଗଧର ମାଲିକ ତାଙ୍କ ଅଫିସକୁ ଆସିଲେ ଅଧିକ ଚିକିଛା କରିବାକୁ କହି ଚାଲି ଯାଇଥିଲେ। ଗଧର ମାକିକ ଯଦି ଗୋଟିଏ ମଣିଷ ହୋଇ ଥାନ୍ତେ ତେବେ ସେ ବୁଝିଥାନ୍ତେ ତାଙ୍କୁ ସହଯୋଗ କରୁଥିବା ଗୋଟିଏ ପଶୁ କେଉଁଠି ଅଛି ଏବଂ କିପରି ଅଛି, ତା’ର ଖବର ଜାଣିବା ମାଲିକ ପାଇଁ କିଛି ଦରକାର ପଡୁନାହିଁ। କାରଣ ଗଧଟି ଯେତେବେଳେ କାମରେ ଆସିବ ସେତେବେଳେ ତାକୁ ରଖିବେ ଯେତେବେଳେ ଦରକାର ନାହିଁ ତାକୁ ଛାଡ଼ିଦେବେ। ଏହା ଉପରେ ଏନଏସି ଅଧିକାରୀଙ୍କ ସହ ଯୋଗା ଯୋଗ କରିବାରୁ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଦଣ୍ଡସେନା ତାଙ୍କରି ଷ୍ଟାଫଙ୍କୁ ପଠାଇ ଦେଖିବି ବୋଲି କହିଥିଲେ। ଆହାତ ଗଧଟିକୁ ସମସ୍ତେ ଦେଖି ନଦେଖିଲା ଭଳି ଚାଲି ଯାଉଛନ୍ତି। ଧନ୍ୟରେ ମଣିଷ।





