୭୦ ତମ ବନ ମହୋତ୍ସବ ଓ ସାମୁହିକ ବନୀକରଣ – ୨୦୧୯

ନୂଆପଡା,୨/୭ : ସଦର ବ୍ଲକ ବୋଏରଭାଡ଼ି ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସୋମବାର ଖରିଆର ବନଖଣ୍ଡର ଖରିଆର ରୋଡ ରେଞ୍ଜ ତରଫରୁ ୭୦ ତମ ବନ ମହୋତ୍ସବ ଓ ସାମୁହିକ ବନୀକରଣ – ୨୦୧୯ ପାଳିତ ହୋଇ ଯାଇଛି ।

ଏକ ସପ୍ତାହ ଧରି ଏହି କାର୍ଯ୍ୟକ୍ରମ ସଦର ବ୍ଲକ ର ବିଭିନ୍ନ ସ୍ଥାନ ଯଥା ହଳଦୀ, କୋଦୋମେରୀ, ଖରିଆର ରୋଡ଼, ମାସନକୁଣ୍ଡା, ଭାଲେଶ୍ୱର ଓ କୁଳିଆବନ୍ଧା ରେ ପାଳିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ଏବଂ ବନ ବିଭାଗ କର୍ମଚାରୀ ମାନେ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିବା ସହ ବୃକ୍ଷ ରୋପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ACF ଏ.କେ. ପଟ୍ଟନାୟକ, ରେଞ୍ଜର ନିରଞ୍ଜନ ମାଝୀ, ଫରେଷ୍ଟର ଡି.ଡି. ସାହୁ, ମଦନା ଶବର, ବିଜୁଳ ରାଉତ ରାଏ, ମନୋଜ କୁମାର ବାଗ, ସରୋଜ ମାଝୀ ଏବଂ ବୋଏରଭାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଓ ଭି.ଏସ.ଏସ. ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ । 

 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.