ଆସିଲାନି ଆମ୍ବୁଲାନ୍ସ : ୪ କି.ମି. ଖଟରେ ବୁହାହେବା ପରେ ପାହାଡ ତଲେ ପ୍ରସବ କଲେ ମହିଳା

ତେବେ ଏ କ’ଣ ମା’ କୁ ସମ୍ମାନର ବାସ୍ତବ ଚିତ୍ର

Omkar Vasthu
Omkar Vasthu

ନୂଆପଡା,୨/୭ : ଆଉ କେତେ କହିବା, କେତେ ସୁଣିବା, କେତେ ଲେଖିବା, କେତେ ଦେଖିବା । ଆଉ କେତେ ଉପାନ୍ତ ଇଲାକାର ମା’ ର ଦୂଃଖଦ ଚିତ୍ର ବଖାଣି ବସିବା । ଲେଖିବାବେଳେ କଷ୍ଟ ଲାଗୁଛି ଏପଟେ ନଲେଖି ରହିହେଉନାହିଁ । ରାଜ୍ୟ ସରକାରଙ୍କ ଯୋଜନା ପରେ ଯୋଜନା ପାଣି ଫାଟୁଛି ସେପଟେ ପ୍ରସୂତୀ ମା ଖଟିଆରେ ବୁହାହୋଇ ଡାକ୍ତରଖାନା ଯାଉଛି । ପାହାଡି ଇଲାକାର ଅନେକ  ମା’ ଡାକ୍ତରଖାନା ଯାଇ ନପାରି ଅସୁରକ୍ଷିତ ଭାବରେ ସନ୍ତାନ ପ୍ରସବ କରୁଛନ୍ତି । ଜନତା ପ୍ରଶ୍ନ ଉଠାଇଲେଣି ଏହା ତେବେ ମା’ ଙ୍କୁ ସମ୍ମାନ !

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ ରାଣିମୁଣ୍ଡା ପଞ୍ଚାୟତର ଅପହଞ୍ଚ ଇଲାକା ସମାଡପଦର ଗାଁରେ । ଏହି ଗାଁର ଏକ ଆସନ୍ନ ପ୍ରସବା ଗର୍ଭବତୀ ମହିଳାଙ୍କୁ ୪ କିଲୋମିଟର ଖଟରେ ବୋହି ଡାକ୍ତରଖାନା ଆଣିବା ସମୟରେ ପାହାଡ ତଳେ ସେ ପ୍ରସବ କରିଥିବା ଘଟଣା ବର୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି । ସୂଚନା ଯୋଗ୍ୟ ଯେ, ସମାଡ଼ପଦର ଗ୍ରାମର ମୁକେଶ ମାଝିଙ୍କ ସ୍ତ୍ରୀ ପ୍ରମିଳାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଆଜି ଖଟରେ ବୋହି ଡାକ୍ତରଖାନାକୁ ନେଉଥିଲେ ସମ୍ପର୍କିୟ । ତେବେ ଗାଁରୁ ୪ କିମି ଦୂର ପାହାଡ଼ ତଳକୁ ବର୍ଷାରେ ଭିଜି ଭିଜି ଆସିବା ସମୟରେ ପ୍ରମିଳାଙ୍କ ଗର୍ଭ ଯନ୍ତ୍ରଣା ଅଧିକ ବଢିବାରେ ଲାଗିଲା । ଆମ୍ବୁଲାନ୍ସକୁ ଫୋନ୍ ଯୋଗେ ଖବର ଦିଆଯାଇଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଆସି ନ ଥିଲା । ସମ୍ପର୍କୀୟଙ୍କ ସହାୟତାରେ ପାହାଡ ତଳେ ହିଁ ତାଙ୍କର ଏକ ଶିଶୁକନ୍ୟା ଜନ୍ମଲାଭ କରିଥିଲା। ପରେ ମାଆ ଓ ନବଜାତ ଶିଶୁ ସୁସ୍ଥ ଥିବା ଅନୁମାନ କରି ପୁଣିଥରେ ନବଜାତ ଶିଶୁ ସହ ମାକୁ ୪ କି.ମି. ଦୂର ପାହାଡିଆ ରାସ୍ତାରେ ଖଟ ରେ ବୋହି ଘରକୁ ଫେରେଇ ନେଇଛନ୍ତି ।

ଏହି ଘଟଣା ବର୍ତମାନ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ଯେ ପ୍ରଶାସନ କିମ୍ବା ସରକାର କେବେ ଏହି ଅବହେଳିତଙ୍କ ଆଡକୁ ଦୃଷ୍ଟି ଦେବ । ଏହି ଘଟଣା ଉପହାସ କରୁଛି ସରକାରଙ୍କ ମମତା ଯୋଜନା, ପ୍ରଧାନମନ୍ତ୍ରୀ/ମୂଖ୍ୟମନ୍ତ୍ରୀ ସଡକ ସୋଜନାକୁ । ତେବେ ପ୍ରକାଶ ଯେ ପ୍ରଥମେ ଉପ-ଜିଲ୍ଲାପାଳ ଏବଂ ପରେ ଦୁଇ ଦୁଇଟି ଜିଲ୍ଲାପାଳ ଏହି ଗାଁକୁ ଯାଇ ରାସ୍ତାଘାଟ ଓ ବିଜୁଳି ସମସ୍ୟାର ସମାଧାନ ପ୍ରତିଶ୍ରୁତି ଦେଇଥିବା ବେଳେ ନୂଆପଡା ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ ଗତମାସ ୨୭ ତାରିଖରେ ଏହି ଗାଁକୁ ବିଜୁଳି ସଂଯୋଗ କାର୍ଯ୍ୟ ଉଦଘାଟନ କରିଥିଲେ । କିନ୍ତୁ ବର୍ତମାନ ରାସ୍ତାଟିଏ ଏହି ଗାଁର ମୁଖ୍ୟ ସମସ୍ୟା ପାଲଟିଛି । ରାସ୍ତା ନଥିବାରୁ ପ୍ରାୟ ସମୟରେ ସମାଡପଦରବାସୀ ଏପରି ସମସ୍ୟାର ସମ୍ମୁଖିନ ହେଉଛନ୍ତି । 

 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.