କାରୁଣ୍ଡ ଶ୍ରୀକ୍ଷେତ୍ର : ବଡ଼ଦାଣ୍ଡରେ ଠିଆ ହୋଇଛନ୍ତି ତିନି ରଥ, ପ୍ରକୃତି କୋଳରେ ହେବ ରଥ ଟଣା

ଡ଼ିଶାର ଅନ୍ୟତମ ଜଗନ୍ନାଥଧାମ ତଥା କାରୁଣ୍ଡ ଶ୍ରୀକ୍ଷେତ୍ର ନାମରେ ପରିଚିତ କଢେଲ ଠାରେ ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ଲାଗି ସମସ୍ତ ପ୍ରସ୍ତୁତି ଶେଷ ହେବା ସହି ତିନି ରଥ ବଡ଼ଦାଣ୍ଡରେ ଠିଆ ହେଇସାରିଛନ୍ତି । ତେବେ ଗତ କିଛି ବର୍ଷ ଧରି ମୁଖ୍ୟ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ସମ୍ପନ୍ନ ହେଉନଥିବାରୁ ଅଂଚଳବାସୀ ଗତ ଦୁଇବର୍ଷ ତଳେ ଏକ ସଭା ଆବାହନ କରି ସେହି ନିକଟରେ ହିଁ ଆଉ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବା ସହ ମହାଆଡ଼ମ୍ବର ସହକାରେ ରଥଯାତ୍ରା ପାଳନ କରୁଛନ୍ତି । ଏହି ରଥଯାତ୍ରା ଦେଖିବାକୁ କଳାହାଣ୍ଡି,ବଲାଙ୍ଗୀର, ବୌଦ୍ଧ, ସୋନପୁର, ନୂଆପଡ଼ା ଆଦି ଜିଲ୍ଲାରୁ ହଜାର ହଜାର ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥାଏ । ଏହିଠାରେ ପ୍ରଥମ ଦିନରେ ବିଧି ମୁତାବକ ରଥଯାତ୍ରା ଦିନ ତିନି ଠାକୁରଙ୍କୁ ଛେରାପହଁରା ସହ ରଥାଋଢ କରାଯାଏ ଏବଂ ତହିଁ ପରଦିନ ତିନିରଥ ମାଉସୀମାଁ ମନ୍ଦିରକୁ ବିଜେକରନ୍ତି । ସୁଭଦ୍ରଙ୍କ ରଥକୁ ଏଠାରେ ମହିଳାମାନେ ହିଁ ଟାଣିଥାନ୍ତି ଏବଂ ଅନ୍ୟ ଦୁଇ ରଥକୁ ଶ୍ରଦ୍ଧାଳୁ ମାନେ ଟାଣି ଟାଣି ନେଇ ମାଉସୀ ମାଁ ମନ୍ଦିରରେ ପହଂଚାଇଥାନ୍ତି । ଏହି ଜଗନ୍ନାଥ ମନ୍ଦିର ଏବଂ ମାଉସୀ ମାଁ ମନ୍ଦିର ପାହାଡ଼ ଉପରେ ରହିଥିବାରୁ ପ୍ରକୃତିର କୋଳରେ ରଥଟଣା ସମସ୍ତଙ୍କୁ ନିଆରା ଆନନ୍ଦ ଦେଇଥାଏ । ଚଳିତ ବର୍ଷ ମଧ୍ୟ ସମସ୍ତ ବ୍ୟବସ୍ଥା ସୁରୁଖୁରୁରେ ସମ୍ପନ୍ନ ହେବ ଏବଂ ଭିଡ଼ ଖୁବ ଜମିବ ବୋଲି କମଟୀ ସଂପାଦକ ତୁମେଶ୍ୱର ସାହୁ, ସଭାପତି ଅନନ୍ତ ମାଝୀ, ଉପଦେଷ୍ଟା ରୋମାଂଚଳ ସାହୁ(ରାଷ୍ଟ) ପ୍ରକାଶ କରିଥିବାବେଳେ ଛେରାପହଁରା କରିବେ ଶକ୍ରୀ ମାଝୀ । ଏଠାରେ ସୂଚନା ଥାଉକି, ଅଶୀ ଦଶକରେ ତିଆରି ହେଇଥିବା ଏହି କାରୁଣ୍ଡ ଶ୍ରୀକ୍ଷେତ୍ର ଖୁବ୍ କମ ଦିନ ଭିତରେ ବହୁ ପରିଚିତି ଲାଭ କରିଛି ଏବଂ ଏହା ମ.ରାମପୁରଠାରୁ କେସିଙ୍ଗା ରାସ୍ତାରେ ୫ କିଲୋମଟର ପରେ ଏକ କେନାଲ ରାସ୍ତାରେ ପ୍ରାୟ ଦୁଇକିଲୋମିଟର ପରେ ଅବସ୍ଥିତ । କେନାଲ ରାସ୍ତା ଆରମ୍ଭରୁ ହିଁ ଏହି ମନ୍ଦିରକୁ ଭକ୍ତଟିଏ ଦର୍ଶନ କରିବାରେ ସକ୍ଷମ ହେଇଥାଏ,କାରଣ ମନ୍ଦିରଟି ପାହାଡ଼ ଉପରେ ପ୍ରତିଷ୍ଠାଲାଭ କରିଛି ।

ପ୍ରସ୍ତୁତି ଓ ଉପସ୍ଥାପନା :

ହେମନ୍ତ କୁମାର ସାହୁ

ତଲସାଗର ପଡା, ମ.ରାମପୁର, କଳାହାଣ୍ଡି
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.