ଓଡ଼ିଆ ବାର୍ତ୍ତା/ ଖଡ଼ିଆଳ: ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ଖଡ଼ିଆଳ ସ୍ଵୟଂଶାସିତ ମହାବିଦ୍ୟାଳୟ ତରଫରୁ ଗଙ୍ଗାଧର ମେହେରଙ୍କ ୧୬୨ତମ ଜୟନ୍ତୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ତରୁଣ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ବିଶ୍ୱଜିତ୍ ପାଢୀ ମୁଖ୍ୟ ଅତିଥି, ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଲିଙ୍ଗରାଜ ସାହୁ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡ.ରଘୁନାଥ ମେହେର, ପଞ୍ଚାୟତ ଡିଗ୍ରୀ କଲେଜ ଖଡ଼ିଆଳ ସମ୍ମାନିତ ଅତିଥି, ଯୁକ୍ତ ଦୁଇ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା , ଶିକ୍ଷା ବିଭାଗ ଅଧିକାରୀ ଡ. ରଣବୀର ସିଂହ, ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସଂଗୀତା ନେତାମ ପ୍ରମୂଖ ମଞ୍ଚାସୀନ ହୋଇଥିଲେ। ଅତିଥି ମାନେ ଗଙ୍ଗାଧର ଜୀବନୀ, ସାହିତ୍ୟ, ତଥା ତାଙ୍କ ଓଡ଼ିଆ ଜାତି ପାଇଁ ଅବଦାନକୁ ସ୍ମରଣ କରି ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ ଶିକ୍ଷିତ ହୋଇ ସମାଜ ହିତରେ ନିଜକୁ ଉତ୍ସର୍ଗୀକୃତ କରିବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି ପରିପ୍ରେକ୍ଷୀରେ ବିଭାଗର ଅଧ୍ୟାପକ ରମାକାନ୍ତ ସିଂହ ସାହାଣୀ ଅତିଥି ଆମନ୍ତ୍ରଣ କରିଥିବାବେଳେ ଅଧ୍ୟାପିକା ସଂଗୀତା ନେତାମ ଆତିଥ୍ଯ ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ଦେବୀଦତ୍ତା ବେହେରା ନିବନ୍ଧ ପାଠ କରିଥିବାବେଳେ ଅଧ୍ୟାପକ ଡ. ସୁରଞ୍ଜନ ପ୍ରଧାନଙ୍କ ସହଯୋଗରେ ବିଭିନ୍ନ ବିଭାଗ ସହ ଯୁକ୍ତ ଦୁଇ, ଯୁକ୍ତ ତିନି ଏବଂ ସ୍ନାତୋକୋତ୍ତର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା ଗୀତାଶ୍ରୀ ପ୍ରିୟମ୍ବଦା, ଅଧ୍ୟାପକ ଜବାହର ପଣ୍ଡା, ପ୍ରାକ୍ତନ ପ୍ରାଧ୍ୟାପକ ଦର୍ଶନ ଶାସ୍ତ୍ର ବିଭାଗ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଚନ୍ଦ୍ର ପ୍ରମୂଖ ଉପସ୍ଥିତ ଥିଲେ। ଶେଷରେ କାଜଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।