ଦଣ୍ଡପାଟ ବଣିକ ସଂଘ ଗଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ଗ୍ରାମର ଗ୍ରାମପଞ୍ଚାୟତ ଭବନ ପରିସରରେ ଶୁକ୍ରବାର ଦଣ୍ଡପାଟ ବଣିକ ସଂଘ ଗଠନ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ବରିଷ୍ଠ ବ୍ୟବସାୟୀ ଲଲିତ ଅଗ୍ରୱାଲ ସର୍ବ ସମ୍ମତି କ୍ରମେ ସଭାପତି ଭାବରେ ମନୋନୀତ ହୋଇଥିବା ବେଳେ ଘନଶ୍ୟାମ ପଟେଲ ଉପ ସଭାପତି, ତ୍ରିଲୋକ ନାଥ ସିଂହ ସମ୍ପାଦକ, ଅନିଲ ପଣ୍ଡା ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଭାବରେ ଲିଙ୍ଗରାଜ ଅଗ୍ରୱାଲ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଛନ୍ତି।

ସେହିପରି ଈଶ୍ୱର ଲାଲ ଅଗ୍ରୱାଲ, ମୁକେଶ ଅଗ୍ରୱାଲ, ରୋସନ୍ ଲାଲ ଅଗ୍ରୱାଲ, ଲଲାଟ ବିଶି, ରାହାସ ନାଏକ, ଖଗେଶ୍ବର ବାଗ, ରଜୁସିଂହ ଠାକୁର ପ୍ରମୁଖ ଉପଦେଷ୍ଟା ଭାବରେ ମନୋନୀତ ହୋଇଛନ୍ତି। ବୈଠକରେ ଅଞ୍ଚଳର ଶହେରୁ ଅଧିକ ବ୍ୟବସାୟୀ ଯୋଗଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.