ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ସୁଭଦ୍ରା ସ୍ୱାଗତ ପଦଯାତ୍ରାର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆଜି ପୂର୍ବାହ୍ନ ୮.୩୦ ସମୟରେ ବାଲେଶ୍ଵର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ସଦର ବିଧାୟକ ଶ୍ରୀ ମାନସ ଦତ୍ତଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ସୁଭଦ୍ରା ସ୍ଵାଗତ ପଦଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ସଦର ମହକୁମାସ୍ଥିତ ନୂତନ କଲେକ୍ଟୋରେଟ ଠାରୁ ଜ଼ିଲ୍ଲା ପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆୟୋଜିତ ଏହି ପଦଯାତ୍ରାରେ ଶତାଧିକ ମହିଳା ସାମିଲ ହୋଇଥିଲେ। ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପଦଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ, ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେସିର୍କେ, ସଦର ବିଡ଼ିଓ ସମରଜିତ କର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଗୌରିମଣି ନାୟକଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

ଏହି ପଦଯାତ୍ରାରେ ୩୦୦ ରୁ ଉର୍ଦ୍ଧ୍ୱ ସ୍ୱୟଂସହାୟିକା ଗୋଷ୍ଠୀର ସଦସ୍ୟା ଓ ଅଙ୍ଗନବାଡି ମହିଳାମାନେ ଯୋଗ ଦେବା ସହ ସ୍ଵାକ୍ଷର ପ୍ରଚାରରେ ନିଜକୁ ସାମିଲ କରିଥିଲେ। ଉପସ୍ଥିତ ଅତିଥିମାନେ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଘରେ ଘରେ ସୁଭଦ୍ରା ସ୍ଲୋଗାନ ଦେଇ ପଦଯାତ୍ରା ଆରମ୍ଭ କରିଥିଲେ। ଏହି ପଦଯାତ୍ରା ଏଫ.ଏମ ଗୋଲେଇ ଦେଇ ଶେଷରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ ଶେଷ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମଞ୍ଚସ୍ଥ ଅତିଥିମାନେ ଉପସ୍ଥିତ ମହିଳାମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ଏହି ଯୋଜନାର ବିଭିନ୍ନ ଦିଗ ବିଷୟରେ ଅବଗତ କରାଇଥିଲେ। ଆସନ୍ତା ୧୭ତାରିଖ ଠାରୁ ଏହି ଯୋଜନା ଆରମ୍ଭ ହେବ। ୧୭ ତାରିଖ ପରେ ବି ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀ ମହିଳାଙ୍କୁ ରକ୍ଷାବନ୍ଧନ ଓ ଅର୍ନ୍ତଜାତୀୟ ମହିଳା ଦିବସରେ ୫ହଜାର ଲେଖାଏଁ ୧୦ହଜାର ୫ବର୍ଷ ପର୍ଯ୍ୟନ୍ତ ଦିଆଯିବ।

Udyog Nursery
Udyogi Nursery

ଏଠାରେ ସୂଚନା ଥାଉ କି ଆଜି ଜିଲ୍ଲାର ପ୍ରତିଟି ବ୍ଲକ, ଗ୍ରାମପଞ୍ଚାୟତ ଏବଂ ଜିଲ୍ଲାସ୍ତରରେ ଆୟୋଜିତ ଏହି ପଦଯାତ୍ରା ଦ୍ୱାରା ସମସ୍ତ ଜନସାଧାରଣଙ୍କୁ ସୁଭଦ୍ରା ଯୋଜନା ବିଷୟରେ ସଚେତନତା କରାଯାଇଛି। ଉକ୍ତ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଡେପୁଟି କଲେକ୍ଟର ଶ୍ରୀ ନାରାୟଣ ହେମ୍ବ୍ରମ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ, ଡିପିସି, ମିଶନ ଶକ୍ତି ଶ୍ରୀ କାର୍ତ୍ତିକ ଚନ୍ଦ୍ର ନାୟକ ଓ ଡିପିସି, ମମତା ଶ୍ରୀ ବାମଦେବ ପାଣିଗ୍ରାହୀ ସମସ୍ତ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.