ସ୍ୱାସ୍ଥ୍ୟ କେନ୍ଦ୍ରର ଭୁଲ ତଥ୍ୟ ପ୍ରଦାନ ଓ ଷ୍ଟାପନର୍ସଙ୍କ ଦୋରାତ୍ମ୍ୟ ଅଭିଯୋଗ: ଅକାଳରେ ଚାଲିଗଲା ନବଜାତ ଶିଶୁର ଜୀବନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭୁଲ୍ ତଥ୍ୟ ଓ ଜଣେ ଷ୍ଟାପ ନର୍ସଙ୍କ ମନମାନି ଯୋଗୁଁ ଡାକ୍ତରଖାନା ନେବା ବାଟରେ ଜଣେ ନବଜାତକର ମୃତ୍ୟୁ ହୋଇଥିବା ଭଲି ସଙ୍ଗିନ୍ ଅଭିଯୋଗ ଆସିଛି। ଅଭିଯୋଗ ମୁତାବକ, ଗମ୍ଭାରୀଗୁଡା ପଞ୍ଚାୟତ ବଙ୍ଗୋମୁଣ୍ଡା ଗ୍ରାମର ପାର୍ଥ ପୁଝାରୀଙ୍କ ସ୍ତ୍ରୀ ମମତା ପୁଝାରୀଙ୍କୁ ସୋମବାର ଗର୍ଭ ଯନ୍ତ୍ରଣା ହେବାରୁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା। ତେବେ ବିଳମ୍ବିତ ରାତ୍ରିରେ ସେ ଏକ ଶିଶୁପୁତ୍ରକୁ ସ୍ବଭାବିକ ଭାବବରେ ଜନ୍ମ ଦେଇଥିଲେ। କିଛି ସମୟ ପାଇଁ ଶିଶୁ ପୁତ୍ରକୁ ଆଇସିୟୁରେ ରଖିବା ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ହେଲେ ମେଡିକାଲରେ କର୍ତ୍ତବ୍ୟରତ ଜୈନିକା ଷ୍ଟାପ ନର୍ସ ପକ୍ଷରୁ ପ୍ରସୂତି ମହିଳାଙ୍କୁ ରକ୍ତ ଅଭାବ ଦେଖେଇ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ପାଇଁ ଲେଖି ରକ୍ତ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ପରିବାର ପକ୍ଷରୁ ମା ଓ ଶିଶୁ ସୁସ୍ଥ ଥିବା କହିଥିଲେ ମଧ୍ୟ ସମ୍ପୃକ୍ତ ଷ୍ଟାପନର୍ସ ଜଣକ ଓଲଟା ଧମକ ଦେଇ ପ୍ରସବ କାର୍ଯ୍ୟ ପାଇଁ ୨ ହଜାର ଟଙ୍କା ମାଗିଥିଲେ। ପରିବାର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ସମୟରେ ବାଟରେ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ସନ୍ଦେହ କରି ଜୁନାଗଡ଼ ମେଡିକାଲକୁ ନେଇଥିଲେ, ସେଠାରେ ମେଡିକାଲ କର୍ତ୍ତୃପକ୍ଷ ଶିଶୁକୁ ମୃତ ବୋଲି ଘୋଷଣା କରିଥିଲେ।

Omkar Vasthu
Omkar Vasthu

ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତି ମହିଳାଙ୍କୁ ଭର୍ତ୍ତି କରିଥିଲେ। ଏବଂ ରକ୍ତ ଆବଶ୍ୟକତା ପୂରଣ ନିମନ୍ତେ ରକ୍ତ ନମୁନା ପରୀକ୍ଷା କରିବାରୁ ୮.୫ ରକ୍ତସ୍ତର ଥିବା ଜିଲ୍ଲା ମେଡିକାଲ ରିପୋର୍ଟ ଆସିଥିଲା। ଏପଟେ କୋକସରା ମେଡିକାଲ ପକ୍ଷରୁ ମହିଳାଙ୍କୁ ୫.୮ ପ୍ରତିଶତ ରକ୍ତ ଥିବା ଦର୍ଶାଇ ଥିବାରୁ ପରିବାର ଲୋକେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେଇଥିବାକହିଛନ୍ତି। ଅଭିଯୋଗ ଅନୁସାରେ ସମ୍ପୃକ୍ତ ଷ୍ଟାପ ନର୍ସ ଜଣକ ବିଭିନ୍ନ ସମୟରେ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ହଇରାଣ କରିବା, ପଇସା ପତ୍ର ନେବା ଓ କାର୍ଯ୍ୟ ସମୟରେ ମୋବାଇଲରେ ଗପୁଥିବା ଭଲି ଅଭିଯୋଗ ହୋଇଛି। ଏଭଳି ଦାୟିତ୍ୱହୀନ ଷ୍ଟାପ ନର୍ସ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପିଡୀତ ପରିବାର ପକ୍ଷରୁ ଦାବୀ ହୋଇଛି। ଏନେଇ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ତତ୍ତ୍ୱଦର୍ଶି ଦାସଙ୍କୁ ପଚାରିବାରୁ ସେମାନେ ସିଡିଏଓଙ୍କ ନିକଟରେ ଅଭିଯୋଗ କରିଥିବା ଜାଣିବାକୁ ପାଇଛୁ, ଆମକୁ ସେମାନେ ଜଣାଇ ନାହାନ୍ତି କିମ୍ବା ସମ୍ପୃକ୍ତ ନର୍ସଙ୍କ ବିରୁଦ୍ଧରେ କୈାଣସି ଅଭିଯୋଗ ଜଣାଇ ନାହାନ୍ତି ବୋଲି କହିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.