ପଞ୍ଚାୟତ ସମିତି ଡିଗ୍ରୀ କଲେଜ କୋକସରାରେ ଏନଏସଏସ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ସଦର ମହାକୁମା ସ୍ଥିତ ପଞ୍ଚାୟତ ସମତି ଡିଗ୍ରୀ ମହାବିଦ୍ୟାଳୟରେ ଏନଏସଏସ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଡିଗ୍ରୀ କଲେଜର ଅଧ୍ୟକ୍ଷ ପୁଷ୍ପରାଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଧ୍ୟାପକ ସୁବ୍ରତ କୁମାର ବେହେରା, କ୍ୟାପଟେନ ଅଶ୍ୱିନ କୁମାର ପଟ୍ଟନାୟକ, ଅଧ୍ୟାପକ ଜଗନ ଚନ୍ଦାନି, ଅଧ୍ୟାପିକା କନକ ମଞ୍ଜୁରୀ ବେହେରା, ବେଦମଇ ବାରିକ, ଶୁଭଶ୍ରୀ ସାହୁ, ସମ୍ମାନୀତ ଅତିଥି ଭାବରେ ମଞ୍ଚାସିନ ହୋଇଥିଲେ। ଏନଏସଏସରେ ରହି ସମାଜ ସେବାରେ ଓ ସମାଜ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ଅତିଥି ବୃନ୍ଦ। ଏନଏସଏସ ପ୍ରୋଗ୍ରାମ ଅଫିସର ଐରୀ ନାସନ ଚିନ୍ଦା ସମସ୍ତ ପ୍ରକାର ବିବରଣୀ ପ୍ରଦାନ କରିବା ସହ ବିଶ୍ୱବିଦ୍ୟାଳୟରେ ଓ ରାଜ୍ୟସ୍ତରୀୟରେ କୋକସରା ଏନଏସଏସ ସ୍ୱେଚ୍ଛାସେବକରଣର ସଫଳ ଯୋଗଦାନ ଉପସ୍ଥାପନା କରିଥିଲେ। ଏହି ସଭାକୁ ମହାବିଦ୍ୟାଳୟର ଛାତ୍ର ତଥା ଏନଏସଏସ ସ୍ବେଛାସେବୀ ସିଦ୍ଧାନ୍ତ ନିଆଲ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.