ଫକୀରମୋହନ ବିଶ୍ୱବିଦ୍ୟାଳୟ ପାଳନ କଲା ଜାତୀୟ ସେବା ଯୋଜନା ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ୨୪ ସେପ୍ଟେମ୍ବରକୁ ସାରା ଦେଶରେ ଜାତୀୟ ସେବା ଯୋଜନା ଦିବସ ଭାବେ ପାଳନ କରାଯାଏ। ଏହି ପରିପେକ୍ଷୀରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) ବ୍ୟୁରୋ ଦ୍ବାରା ଦୁଇଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରାଙ୍କ ଅଧ୍ୟକ୍ଷତାରେ, କୁଳସଚିବ କୁକୁମୀନା ଦାସଙ୍କ ଉପସ୍ଥିତିରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ପ୍ରଫେସର ଭାସ୍କର ବେହେରା କହିଥିଲେ, ସମସ୍ତେ ଏନଏସଏସ ସହ ଯୋଡିହୋଇ ତୃଣମୂଳ ସ୍ତରରେ ସାମାଜିକ ସମସ୍ୟାଗୁଡିକୁ ସମାଧାନ କରିବାରେ ସକ୍ଷମ ହୋଇ ପାରିବେ। ଏଥିସହ ସମାଜର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ପ୍ରସଙ୍ଗକୁ ଲୋକଲୋଚନକୁ ଆଣି ତାହାର ସ୍ଥାୟୀ ସମାଧାନ କରିବାର ପ୍ରୟାସ କରିପାରିବେ।

Omkar Vasthu
Omkar Vasthu

ଏହି ଅବସରରେ ଜାତୀୟ ସେବା ଯୋଜନା ପ୍ରତି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରବା ପାଇଁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା, ଯଥା ପ୍ରବନ୍ଧ ଲିଖନ, ବକ୍ତୃତା, ମୂରୁଜ ଝୋଟିଚିତା ଅଙ୍କନ, ଫଟୋଗ୍ରାଫି ଇତ୍ୟାଦିର ଆୟୋଜନ କରାଯାଇଥିଲା। ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଅନ୍ତର୍ଗତ, ୨୩ ତାରିଖରେ ଏନଏସଏସର ପ୍ରାୟ ୧୧୦ ଜଣ ଛାତ୍ରଛାତ୍ରୀ ସ୍ବେଚ୍ଛାସେବୀଙ୍କ ଦ୍ବାରା ବିଭିନ୍ନ ସାମାଜିକ ତଥା ଗୋଷ୍ଠୀ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ନିଶା ନିବାରଣ ସଚେତନଶୀଳ ସମାବେଶ ସହ ଏକ ବିଶାଳ ରାଲି, ନୂଆପାଢୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ମୁଖ୍ଯ ଫାଟକ ଠାରୁ ଆରମ୍ଭ ହୋଇ ଜାମବଣି ଗ୍ରାମକୁ ଯାଇ ଗ୍ରାମବାସୀଙ୍କୁ ନିଶାସେବନର କୁପରିଣାମ ସଂପର୍କରେ ନାଟକ ପରିବେଷଣ ମାଧ୍ୟମରେ ଏହି ବଦଭ୍ୟାସକୁ ସୁଧାରିବାର ଉପାୟ ମାନ ବୁଝାଇଥିଲେ । ଏହି ରାଲି ନିକଟସ୍ଥ ଫୁଲକିଆରୀ ସାହି ଓ ନୂଆପାଢୀ ଗ୍ରାମକୁ ଯାଇ ସେଠାରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ବାରା ପରିଚାଳିତ ଏକ କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍କୁଲ ଛାଡିଦେଇଥିବା ଶିଶୁମାନଙ୍କୁ ପୁନଶ୍ଚ ପାଠ ପଢିବାର ସୁଯୋଗ ଦେବା ପାଇଁ ‘ବିଦ୍ୟାଳୟକୁ ଫେରିବା’ କାର୍ଯ୍ୟକ୍ରମ, ‘ବେଟି ବଚାଓ, ବେଟି ପଢାଓ’ କାର୍ଯ୍ୟକ୍ରମ, ‘ସ୍ବଚ୍ଛତା ହିଁ ସେବା’, ଓ ‘ନିଶାମୁକ୍ତ ଭାରତ ଅଭିଯାନ’ ଇତ୍ୟାଦି କାର୍ଯ୍ୟକ୍ରମ ସଂପର୍କରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରି ଗ୍ରାମବାସୀଙ୍କୁ ସବିଶେଷ ବୁଝାଇବା ସହ ସେମାନଙ୍କ ସହ ଆଲୋଚନା ମଧ୍ଯ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ଏନଏସଏସ ସଂଯୋଜକ ପ୍ରଫେସର ଅମୂଲ୍ଯ କୁମାର ଆଚାର୍ଯ୍ଯ, ପ୍ରୋଗ୍ରାମ ଅଫିସର ଡ଼କ୍ଟର ଜଗନ୍ନାଥ ବେହେରା, ଡ଼କ୍ଟର ପ୍ରତିମା ପ୍ରଧାନ ପ୍ରମୁଖ ସଂଚାଳନ କରିଥିଲେ । ବିଶ୍ୱବିଦ୍ୟାଳୟର ଅନ୍ୟାନ୍ଯ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଏହି ସଂପୂର୍ଣ୍ଣ ଦୁଇଦିନିଆ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.