ଗୁଣ୍ଡୁରୀ ଓ ସାନକାର୍ଲିରେ ଛଅଦିନିଆ ଲଘୁ ଉଦ୍ୟୋଗ ସମ୍ପର୍କିତ ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ଭବାନୀପାଟଣା ବନାଞ୍ଚଳ ଅଧୀନସ୍ଥ ଗୁଣ୍ଡୁରୀ ଗ୍ରାମପଞ୍ଚାୟତ ସଭାଗୃହ ଏବଂ ସାନକାର୍ଲି ଗୋଷ୍ଠୀ କେନ୍ଦ୍ର ଠାରେ ଛଅ ଦିନିଆ ଲଘୁ ଉଦ୍ୟୋଗ ସମ୍ପର୍କିତ ତାଲିମ ଶିବିର SBIRSETI ଭବାନୀପାଟଣା ତରଫରୁ ତଥା ଆମ ଜଙ୍ଗଲ ଯୋଜନା ସହାୟତାରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଗୁଣ୍ଡୁରୀ,ପିରୁଲ, ସାନକାର୍ଲି, ବଡ଼କାର୍ଲି, ବାତୁଆ, ଓଡ଼ସ୍ତଲା ବନ ସୁରକ୍ଷା ସମିତିର ୭୦ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସକ୍ରିୟ ଅଂଶଗ୍ରହଣ କରିଥିଲେ। ଉକ୍ତ ତାଲିମ କାର୍ଯ୍ୟକ୍ରମରେ SBIRSETI ର ନିର୍ଦ୍ଦେଶକ ପ୍ରମୋଦ କୁମାର ତାଣ୍ଡି ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। 

ତାଲିମଦାତା ଭାବରେ SBIRSETI ଭବାନୀପାଟଣା ତରଫରୁ କମଳ ଶତପଥୀ ଓ ବିବେକାନନ୍ଦ ରଥ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ଆମ ଜଙ୍ଗଲ ଯୋଜନା ଦଳପତି ସୁବାସ ଚନ୍ଦ୍ର ନାଏକ, ବିକାଶ ଅଧିକାରୀ ଉମେଶ ଚନ୍ଦ୍ର ଗଉଡ଼, ସୁନୀଲ ରଣା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.