ଗାନ୍ଧୀଙ୍କ ଅହିଂସା ନୀତି ହିଁ ବିଶ୍ବକୁ ବଞ୍ଚେଇରଖିବାର ଏକମାତ୍ର ମାର୍ଗ

‘ମାସ୍’ ପକ୍ଷରୁ ଗାନ୍ଧୀ ଜୟନ୍ତୀ ସପ୍ତାହ ପାଳନ ଆରମ୍ଭ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସମଗ୍ର ପୃଥିବୀ ଏବେ ହିଂସା ଦ୍ବାରା ଆକ୍ରାନ୍ତ। ଏହାକୁ ହିଂସାମୁକ୍ତ କରି ଧ୍ବଂସ ମୁଖରୁ ରକ୍ଷା କରିବା ଲାଗି ଗାନ୍ଧୀଙ୍କ ଅହିଂସା ନୀତି ହିଁ ଏକମାତ୍ର ମାର୍ଗ। ଗାନ୍ଧୀ ଏକ ମହାସାଗର। ଆମେ ତାଙ୍କୁ ଯେତିକି ଜାଣୁ, ତାହା ମହାସାଗର କୂଳର ଉପଳଖଣ୍ଡ ମାତ୍ର ବୋଲି ‘ମାନବ ଅଧିକାର ସୁରକ୍ଷା ସଂସଦ'(ମାସ୍) ଆନୁକୂଲ୍ୟରେ ‘ବହିଘର-ବିଦ୍ୟାଭାରତୀ’ ସଭାଗୃହରେ ୨ ତାରିଖ ସନ୍ଧ୍ୟାରେ ‘ମାସ୍’ର ଅଧ୍ୟକ୍ଷ ଅଭୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବାଲେଶ୍ବରର ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଏବଂ ଅନ୍ୟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଏହି ସଭାରେ ମୁଖ୍ୟ ବକ୍ତା ଭାବରେ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ ଘୋଷ, ସମ୍ମାନିତ ଅତିଥି-ବକ୍ତା ଭାବରେ ‘ଓଡ଼ିଶା ଫଲୋ ଅପ୍’ର ନିର୍ଦ୍ଦେଶକ ଡି ବି ହୃଦୟ, ‘ଅପନା ତର୍ଜୁମାନ’ର ନିର୍ଦ୍ଦେଶକ ଅଜିମ୍ ବାଲେଶ୍ବରୀ, ସାହିତ୍ୟିକ ଡକ୍ଟର କାଳୀପଦ ପଣ୍ଡା, ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ, ସମାଜସେବୀ ପ୍ରସନ୍ନ ପାତ୍ର, ସଂଗଠନର ସାଧାରଣ ସଂପାଦକ ଦେବାଶିଷ ପଣ୍ଡା ଯୋଗ ଦେଇ ଗାନ୍ଧୀଙ୍କ ଜୀବନାଦର୍ଶ ସଂପର୍କରେ ଆଲୋଚନା କରିଥିଲେ। ସଂଗଠନର ସଂଗଠନ ସଂପାଦକ ମାଧବାନନ୍ଦ ବେହେରା ସ୍ବାଗତ ଭାଷଣ ଦେଇଥିଲା ବେଳେ ‘ଏହାର ‘ଗାନ୍ଧୀବାଦ ଓ ସର୍ବୋଦୟ ବିଚାର ପ୍ରସାର ଅଭିଯାନ’ର ସଂଯୋଜିକା ଧନ୍ୟବାଦ ଦେଇଥିଲେ। ସଦସ୍ୟ ବିଦ୍ୟାଧର ନାୟକ, ବିଜୟ ଦାସ ଅଧିକାରୀ, ପ୍ରଣିତା ମିଶ୍ର, ଦେବାଶିଷ ସିଂ, ମାନସ ରଥ, ଗୁରୁଦତ୍ତ ମିଶ୍ର, ପ୍ରଫୁଲ୍ଲ ଦାସ, ହରିପଦ ଭୂୟାଁ, ଦିଲ୍ଲୀପ ପଣ୍ଡା, ଦିଲ୍ଲୀପ ଦାସ,ତରୁପ୍ରଭା ଦାସ, ଚିତ୍ତରଞ୍ଜନ ଦାସ,ପ୍ରଦ୍ୟୁମ୍ନ ନାୟକ, ମଧୁସୂଦନ ମିଶ୍ର, ମିନତି ଦାସ, ଲଳିତ ମୋହନ ଦାସ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନାରେ ସହଯୋଗ କରିଥିଲେ। ଗାନ୍ଧୀଙ୍କ ଜୀବନ ଓ ଆଦର୍ଶ ଉପରେ ବକ୍ତୃତା, ପ୍ରବନ୍ଧ, ସାଧାରଣଜ୍ଞାନ ଓ ଚିତ୍ରାଙ୍କନ ଏବଂ ଗାନ୍ଧୀଙ୍କ ପ୍ରିୟ ଭଜନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବିଦ୍ୟାର୍ଥୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ବାଲେଶ୍ବର ସିନେମା ଛକ ସ୍ଥିତ ଶହୀଦ ପାର୍କ, ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସର ଏବଂ ଟ୍ରାଫିକ୍ ଥାନା ନିକଟ ‘ବାପୁଜୀ ମାର୍କେଟ୍ କଂପ୍ଲେକ୍ସ’ ଠାରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଅଭୟ ଦାସ, ସାଧାରଣ ସଂପାଦକ ଦେବାଶିଷ ପଣ୍ଡା, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ, ବରିଷ୍ଠ ସଦସ୍ୟ ବିଜୟ ଦାସ ଅଧିକାରୀ, ପ୍ରଣିତା ମିଶ୍ର, ମଞ୍ଜୁଲତା ବଳ, ମଧୁସୂଦନ ମିଶ୍ର,ବିପ୍ଳବ ଦାସ ମହାପାତ୍ର, ପ୍ରଦ୍ୟୁମ୍ନ ନାୟକ, ବିଦ୍ୟାଧର ନାୟକ, ଲଳିତ ମୋହନ ଦାସ, ଦେବାଶିଷ ସିଂ, ମିନତି ଦାସ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରି ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.