ମାନବିକତା ଦେଖେଇଲେ ଲାଞ୍ଜିଗଡ଼ ତହସିଲଦାର କିରଣ କୁମାର ମହାନ୍ତି: ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନା କଲେ ଭର୍ତ୍ତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ଠାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ସାଜିଛି ମରଣଯନ୍ତା। ଏହି ରାସ୍ତା ମଝିରେ ମଝିରେ ବଡ଼ ବଡ଼ ଖାଳଖମାରେ ପରିପୂର୍ଣ୍ଣ ହୋଇଥିବା ବେଳେ ଟିକିଏ ଅସାବଧାନତା ହେଲେ ଦୁର୍ଘଟଣା ସୁନିଶ୍ଚିତ। ଏଥିରେ ଜୀବନ ମଧ୍ୟ ଚାଲି ଯାଇପାରେ। ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି ଏହି ୬ନମ୍ବର ରାଜ୍ୟ ରାଜପଥ ଢେପଗୁଡ଼ା ଠାରେ। ଆଜି ସାଢେ଼ ଏଗାର ଘଣ୍ଟା ସମୟରେ ଲାଞ୍ଜିଗଡ଼ ତହସିଲଦାର କିରଣ କୁମାର ମହାନ୍ତି ଲାଞ୍ଜିଗଡ଼ ବ୍ଲକ କଦମ୍ବଗୁଡା ଗ୍ରାମ ପଞ୍ଚାୟତ ଠାରେ ହେବାକୁଥିବା ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରକୁ ଯାଉଥିବାବେଳେ ଢେପଗୁଡ଼ା ଘାଟି ସ୍ଥିତ ମଙ୍ଗଳା ମନ୍ଦିର ନିକଟରେ ଏକ ବାଇକ ଦୁର୍ଘଟଣା ହୋଇଥିବା ଦେଖି ଗାଡ଼ିରୁ ଓହ୍ଲାଇ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରୁଥିବା ବେଳେ ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଏହାପରେ ସାଙ୍ଗେ ସାଙ୍ଗ ଲାଞ୍ଜିଗଡ଼ ତହସିଲଦାର ଶ୍ରୀ ମହାନ୍ତି ନିଜ ଗାଡ଼ିରେ ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଉତ୍ତମ ଚିକିତ୍ସା ପାଇଁ ଡାକ୍ତରଙ୍କ ସହିତ କଥା ହୋଇ ପୁଣି କଦମଗୁଡ଼ା ଜନଶୁଣାଣୀ ଶିବିରକୁ ଯାଇଥିଲେ। ତେବେ ତହସିଲଦାର ଶ୍ରୀ ମହାନ୍ତିଙ୍କ ଏଭଳି ମାନବିକତା ଓ ମହତ କାର୍ଯ୍ୟକୁ ନେଇ ଅଞ୍ଚଳରେ ଏବେ ପ୍ରଶଂସା କରିବା ସହିତ ତହସିଲଦାର ହେବତ ଏମିତି ବୋଲି ସ୍ଥାନେ ସ୍ଥାନେ ଚର୍ଚ୍ଚା ହେଉଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.