ରାଷ୍ଟ୍ରଋଷି ଦତ୍ତୋପନ୍ତ ଠେଙ୍ଗଡ଼ୀଜୀଙ୍କ ଜୟନ୍ତୀରେ ସ୍ୱଦେଶୀ ସ୍ୱାବଲମ୍ବନ ଦିବସ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଠେଙ୍ଗଡ଼ୀଙ୍କ ଭାଷାରେ ସ୍ୱଦେଶୀ ଗ୍ରହଣ କରିବା କେବଳ ଆର୍ଥିକ ବିଷୟ ନୁହେଁ ବରଂ ଏହା ସାଂସ୍କୃତିକ ଓ ନୈତିକ ପୂର୍ଜାଗରଣ ଅଟେ ଓ ସ୍ୱଦେଶୀ ଆଧାରରେ ହିଁ ଦେଶ ବିକଶିତ ହୋଇପାରିବ ବୋଲି ମଞ୍ଚାସୀନ ଅତିଥିମାନେ କହିଛନ୍ତି l ରାଷ୍ଟ୍ର ଋଷି ଦତ୍ତୋପନ୍ତ ଠେଙ୍ଗଡ଼ୀଜୀ ଜୟନ୍ତୀକୁ ସ୍ୱଦେଶୀ ସ୍ଵାବଲମ୍ବନ ଦିବସ ରୂପେ ପାଳିତ ହୋଇଯାଇଛି l ପୂର୍ବାହ୍ନ ୧୦ ଘଟିକା ସମୟରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବ୍ରଜ ବିହାର ଆୟୋଜିତ ଓ ଜିଲ୍ଲା ସଂଯୋଜକ ନକୁଳ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମା ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟର ଉପ କୁଳସଚିବ ମେଜର ଡ. ଜୟଦେବ ସାହୁ, ମୁଖ୍ୟବକ୍ତା ଭାବରେ ପ୍ରାନ୍ତ ସମ୍ପର୍କ ପ୍ରମୁଖ ପ୍ରତୀକ ଯୋଷୀ, ସମ୍ମାନିତ ଅତିଥି ଭାବରେ ଅଧିବକ୍ତା ପରିଷଦ ଜିଲ୍ଲା ସଭାପତି ସନ୍ତୋଷ କୁମାର ମୁଣ୍ଡ, ମଞ୍ଚର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ମନୋଜ କୁମାର ନାୟକ ଯୋଗଦେଇଥିଲେ l ମୋ ଜିଲ୍ଲା ମୋ ଦେଶ ଓ ସ୍ୱାବଲମ୍ବୀ ଭାରତ ବିଷୟରେ ଆଲୋଚନା ହୋଇଥିଲା l ଜିଲ୍ଲା ସମ୍ପର୍କ ପ୍ରମୁଖ ଗଜିନ୍ଦ୍ର ଡାକୁଆ, ପ୍ରାନ୍ତ ପରିଷଦ ସଦସ୍ୟ କୈଶବ ବିହାରୀ, ସଦସ୍ୟ ଜୀବନାନନ୍ଦ ବେହେରା, ବିଦ୍ୟାର୍ଥୀ ପରିଷଦର ସତ୍ୟବ୍ରତ ମହାରଣା, ସଂଜୀବନୀର ଆଲୋକ ରାଉତ, ଇ – ଦୋସ୍ତି ଓ ସଂଜୀବନୀର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l ଦିଲ୍ଲୀସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆଭାସି ମାଧ୍ୟମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଶ୍ରୀ ରବିଶଙ୍କରଜୀ, ମୁଖ୍ୟବକ୍ତା ଭାବରେ ଭି. ଭାଗେୟା ଓ ଚିନ୍ମୟ ପାଣ୍ଡ୍ୟା ଅଧ୍ୟକ୍ଷ ଭାବରେ, ରାଷ୍ଟ୍ରୀୟ ସମନ୍ଵାୟକ ପ୍ରଫେସର ଭଗବତୀ ପ୍ରକାଶ ଶର୍ମା, ଓ ରାଷ୍ଟ୍ରୀୟ ସଂଗଠକ କାଶ୍ମିରୀ ଲାଲଜୀ ଯୋଗ ଦେଇ ମାର୍ଗଦର୍ଶନ କରିଥିଲେ l ଶେଷରେ ଜିଲ୍ଲା ମହିଳା ପ୍ରମୁଖ ବାସନ୍ତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ସାମୁହିକ ରାଷ୍ଟ୍ର ସଙ୍ଗୀତ ଗାନ ପରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.