ନର୍ଲା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ‘ଟାଲେଣ୍ଟ ହଣ୍ଟ’ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ର ଆୟୋଜନ କ୍ରମେ ଅଦ୍ୱିକା ଯୋଜନାରେ ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ଟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନର୍ଲା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିନରେ ରହିଥିବା ୭ ଗୋଟି ସେକ୍ଟର ଅଧିନସ୍ଥ ଅଙ୍ଗନୱାଡି କେନ୍ଦ୍ର ଗୁଡିକର କିଶୋର ବାଳକ ଓ ବାଳିକାମାନେ ଅଂଶ ଗ୍ରହଣ କରିଥିଲେ।

ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ କିଛି ଦିନ ତଳେ କିଶୋର ବାଳକ ଓ କିଶୋରୀ ବାଳିକା ମାନଙ୍କୁ ନେଇ ସମସ୍ତ ସେକ୍ଟର ଗୁଡିକରେ ସଂଗୀତ, ଚିତ୍ରାଙ୍କନ, ନୃତ୍ୟ ଓ ରଚନା ଏହି ଚାରିଗୋଟି ଇଭେଣ୍ଟର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ସେକ୍ଟର ସ୍ତରରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନଙ୍କୁ ବ୍ଲକ ସ୍ତରର ଯାଏଁ ଅଣାଯାଇ ଏଠାରେ ବ୍ଲକ ସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।

ସେକ୍ଟର ସ୍ତରରେ ସମସ୍ତ ୪ ଗୋଟି ଇଭେଣ୍ଟର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ତାନ ଅଧିକାର କରିଥିବା ୮୪ ଜଣ ଛାତ୍ରୀ ବ୍ଲକ ସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ। ନର୍ଲା ସିଡିପିଓ ଅଞ୍ଜଳି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନର୍ଲା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ଆୟୁଷ ଡାକ୍ତର ପୁଷ୍ପା ଚନ୍ଦ୍ରାକର, ମିଶନ ଶକ୍ତି ବ୍ଲକ ସଂଯୋଜିକା ସବିତା ସେଠୀ, ରୁପ୍ରାରୋଡ ସୁପରଭାଇଜର ଯଶୋବନ୍ତୀ ନାଏକ, ରୁପ୍ରା ସୁପରଭାଇଜର ସଂଘମିତ୍ରା ପଟ୍ଟନାୟକ, ତୁଳାପଡା ସୁପରଭାଇଜର ଗୀତାଞ୍ଜଳୀ ସାହୁ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀ ମାନଙ୍କ ପ୍ରତିଯୋଗୀତା କରାଇଥିଲେ।

କୃତୀ ପ୍ରତିଯୋଗୀ ମାନଙ୍କୁ ଆର୍ଥିକ ରାଶି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ମଞ୍ଚାସୀନ ବିଚାରକ ମାନେ ପ୍ରତ୍ୟେକ କିଶୋର ଓ କିଶୋରୀଙ୍କ ପାଖରେ ଅନେକ ଅନ୍ତର୍ନିହିତ ପ୍ରତିଭା ରହିଛି ହେଲେ ସେହି ଲୁକ୍କାୟୀତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିଥିଲେ। ଏହାବାଦ ବାଲ୍ୟ ବିବାହ ସମାଜ ପାଇଁ କେତେ କ୍ଷତି କାରକ ସେ ବିଷୟରେ ମଧ୍ୟ ଅତିଥି ବୃନ୍ଦ ମାର୍ଗ ଦର୍ଶନ ଦେଇଥିଲେ।

କିଶୋର କିଶୋରୀ ମାନେ ମଧ୍ଯ ବାଲ୍ୟ ବିବାହକୁ ନାଁ କହିବା ଓ ପାଠ ପଢିବାକୁ ହଁ କହିବା ବୋଲି ନାରା ଦେଇଥିଲେ।କାର୍ଯ୍ୟକ୍ରମରେ ପ୍ରତିଯୋଗୀ କିଶୋର ଓ କିଶୋରୀ ମାନଙ୍କ ସହ ସେମାନଙ୍କୁ ନେଇ ଆସିଥିବା ବିଭିନ୍ନ ସେକ୍ଟରର ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ସିଡିପିଓ ଶ୍ରୀମତୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.