ଚାରବାହାଲକୁ ବ୍ଲକ ମାନ୍ୟତା ଦାବି: ଆନ୍ଦୋଳନ ପାଇଁ ଅଞ୍ଚଳବାସୀଙ୍କ ସଜବାଜ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ନିକଟରେ ବ୍ଲକ ସମ୍ପ୍ରସାରଣ ନେଇ ରାଜ୍ଯ ସରକାର ଘୋଷଣା କରିବା ପରେ ବିଭିନ୍ନ ସ୍ଥାନରେ ବ୍ଲକ ଘୋଷଣା ଦାବି ତେଜିଛି। ଏହିକ୍ରମରେ ଜୁନାଗଡ଼ ବ୍ଲକକୁ ବିଭାଜନ କରି ଏକ ନୂତନ ବ୍ଲକ ଗଠନ ଦାବି ହୋଇଛି। ଚାରବାହାଲ ପଞ୍ଚାୟତ ଏବଂ ଆଖ ପାଖ ୧୫ ପଞ୍ଚାୟତକୁ ନେଇ ଏକ ନୂତନ ବ୍ଲକ ଗଠନ ଏବଂ ଚାରବାହାଲକୁ ବ୍ଲକ ମୁଖ୍ୟାଳୟ ଗଠନ ନେଇ ଏକ ଜନ ଆନ୍ଦୋଳନ ମୁଣ୍ଡ ଟେକିଛି। ଏହି ଦାବି ନେଇ ଚାରବାହାଲ ବ୍ଲକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପଂଚାୟତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଚାରବାହାଲ ସରପଞ୍ଚ ସତ୍ୟଭାମା ପଣ୍ଡାଙ୍କ ଅଧ୍ୟକ୍ଷତା ଓ ଆବାହକ ରବି ନାରାୟଣ ଚଲାନଙ୍କ ପରିଚାଳନାରେ ଆଇନଜିବୀ ଲଳିତ କିଶୋର ପଣ୍ଡା, ବିଜେପି ନେତା ପ୍ରାଣ କିଶୋର ପଣ୍ଡା, ଶ୍ରମିକ ନେତା ସୁରେନ୍ଦ୍ର ମୋହନ କର, ରୋଚେନ ବାଗ, ରାମ ନାରାୟଣ ପଣ୍ଡା, ସମୀର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଗାମି କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରିଥିଲେ। ଏହି ଦାବି ନେଇ ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରିବା ନେଇ ଆଲୋଚନା ହୋଇଥିଲା। ନିବେଦକ ନିକୁଞ୍ଜ ବିହାରି ଚଲାନ ଧନ୍ୟବାଦ ଦେଇଥିଲେ। ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଯତୀନ୍ଦ୍ର ମହାନନ୍ଦ, ଆଶିଷ ପଣ୍ଡା, ସଚ୍ଚିଦାନନ୍ଦ ଚଲାନ, ଟଙ୍କଧର ଚଲାନ, ସୁମନ୍ତ କର, ନବ ପାନ, ଚନ୍ଦ୍ର ଶେଖର କର, ସନ୍ତୋଷ କର, କାହ୍ନୁ ଚରଣ ସାହୁ, ଶଶାଙ୍କ ସିଂ, ଜଗନ୍ନାଥ ଘି, ମଧୁସୂଦନ ତାଣ୍ଡି, ଭୋକରଧନ ଧ.ମାଝୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.