ବିଜେପିର ନୂତନ ମଣ୍ଡଳ ସଭାପତି ମାନଙ୍କୁ ସ୍ବାଗତଂ ସମର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେନ୍ଦୁପାଟି ସ୍ଥିତ ରୁଠା ଜଙ୍ଗଲ ଠାରେ ଭାରତୀୟ ଜନତା ପାର୍ଟିର ନୂତନ ମଣ୍ଡଳ ସଭାପତି ଓ ମଣ୍ଡଳ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି l ଏହି ସଭାରେ ବିଜେପି ନେତା ହିମାଂଶୁ ଶେଖର ମେହେର, ପୂର୍ଵତନ ବ୍ଲକ ଅଧକ୍ଷ ମନୋଜ କୁମାର ମେହେର ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳର ନବ ନିର୍ବାଚିତ ମଣ୍ଡଳ ସଭାପତି ମାନଙ୍କୁ ସ୍ୱାଗତ ସମ୍ଭାର୍ଦ୍ଧନା କରିଥିଲେ l ଏହି ସଭାରେ ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଟଙ୍କଧର ନାଏକ, ରାଜ୍ୟ ପରିଷଦ ସଦସ୍ୟ କାଳିନ୍ଦୀ ପାଣିଗ୍ରାହୀ, ଆଇନଜୀବୀ ହିମାଂଶୁ ବରାଡ଼, ପୂର୍ବତନ ବ୍ଲକ ଅଧକ୍ଷ୍ୟା ନୁର୍ଯା ମାଝୀ, ଜିଲ୍ଲା ମହିଳା ମୋର୍ଚା ସମ୍ପାଦିକା କାଞ୍ଚନ ବାଗ, ବିଭିନ୍ନ ମଣ୍ଡଳରୁ ଆସିଥିବା ସମସ୍ତ କାର୍ଯ୍ୟକର୍ତା ପଦାଧିକାରୀ ସମସ୍ତେ ଉପସ୍ଥିତ ରହି ନୂତନ ମଣ୍ଡଳ ସଭାପତି ମାନଙ୍କୁ ସ୍ୱାଗତ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.