ସୁବର୍ଣ୍ଣପୁରରୁ ଯାତ୍ରା କଲେ ୫୨ ଜଣ ବରିଷ୍ଠ ତୀର୍ଥଯାତ୍ରୀ

ସବୁଜ ପତାକା ପ୍ରଦର୍ଶନ କଲେ ବୀରମହାରାଜପୁର ବିଧାୟକ ଓ ଜିଲ୍ଲାପାଳ ସୁବର୍ଣ୍ଣପୁର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲାର ୫୨ ଜଣ ବରିଷ୍ଠ ତୀର୍ଥ ଯାତ୍ରୀଙ୍କୁ ନେଇ ବାହାରିଥିବା ତୀର୍ଥଯାତ୍ରୀ ବସକୁ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଓ ଜିଲ୍ଲାପାଳ ଅନ୍ୟା ଦାସ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିବା ସହ ସଫଳ ଯାତ୍ରା ନିମନ୍ତେ ଶୁଭକାମନା କରିଛନ୍ତି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ କୁମାର ମେହେର, ଉପ-ଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ଗୋଛି, ଆସିଷ୍ଟାଣ୍ଟ କଲେକ୍ଟର ସତ୍ୟବ୍ରତ ସାହୁ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ, ଜିଲ୍ଲା ସ୍ତରୀୟ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହି ବରିଷ୍ଠ ତୀର୍ଥ ଯାତ୍ରୀଙ୍କୁ ସଫଳ ତୀର୍ଥ ଭ୍ରମଣ ପୂର୍ବକ ଆଧ୍ୟାତ୍ମିକ ଦିବ୍ୟ ଦର୍ଶନର ଅନୁଭବ ନିମନ୍ତେ ଶୁଭକାମନା କରି ଉତ୍ସାହିତ କରିବା ସହ ସଫଳ ଯାତ୍ରା ର କାମନା କରିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ସହଦେଵ ମେହେର ଓ ବିଶ୍ଵପ୍ରତାପ ସେଠଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାରୁ ବରିଷ୍ଠ ତୀର୍ଥ ଯାତ୍ରୀଙ୍କୁ ନେଇ ବାହାରିଥିବା ଏହି ବସ ଆଜି ସନ୍ଧ୍ୟାରେ ସମ୍ବଲପୁର ପାନ୍ଥନିବାସରେ ରାତ୍ରୀ ରହଣି କରିବ ଓ ଆସନ୍ତା କାଲି ୭ ତାରିଖ ପୂର୍ବାହ୍ନ ୧୧ ଘଣ୍ଟାରେ ସରକାରଙ୍କ ଦ୍ୱାରା ବ୍ୟବସ୍ଥିତ ସ୍ୱତନ୍ତ୍ର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଟ୍ରେନ ସୁବର୍ଣ୍ଣପୁର ଜିଲ୍ଲାର ୩୨ ଜଣ ପୁରୁଷ ଓ ୨୦ ଜଣ ମହିଳା ବରିଷ୍ଠ ତୀର୍ଥ ଯାତ୍ରୀଙ୍କ ସହ ପଡୋଶୀ ୭ଟି ଜିଲ୍ଲାର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କୁ ନେଇ କମାକ୍ଷ୍ୟ ଓ କଲିକତା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.