ପୁରୁଷୋତ୍ତମପୁର ବ୍ଲକର ନୂତନ ବିଡ଼ିଓଙ୍କୁ ସ୍ୱାଗତ କଲେ ପିଆଇ ମେମ୍ବର

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକର ବିଡ଼ିଓ ଥିବା ଶରତ ଚନ୍ଦ୍ର ପାତ୍ରଙ୍କ ପୁରୁଷୋତ୍ତମପୁର ବ୍ଲକକୁ ବଦଳି ପରେ ସେଠାରୁ ରିଲିଭ ହୋଇ ପୁରୁଷୋତ୍ତମପୁର ବ୍ଲକରେ ବିଡ଼ିଓ ଭାବେ ଯୋଗଦେଇ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି | ତେବେ ଆଜି ପୂର୍ବାହ୍ନରେ ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରାଙ୍କ ସହିତ ଯୁବନେତା ନିର୍ମଳ ଚନ୍ଦ୍ର ସାହୁ, ୩୬ ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜ ମନ ବେହେରାବ, ଓ ୩୭ ନଂ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତ ବେହେରା, ସମାଜସେବୀ ଜଗତ ବନ୍ଧୁ ପଣ୍ଡା, କୋରନାଥ ସ୍ବାଇଁ, ଇନ୍ଦ୍ର ଜିତ ବେହେରା, ସୁଧାକର ଗୌଡ଼, ଇନ୍ଦ୍ରଜିତ ନାୟକ, ରମେଶ ଦଳେଇ, ଉଷାରାଣୀ ବେହେରା, ସୁଧାକର ଗୌଡ଼, କୈଳାଶ ସେଠୀ, କୁମୁଦ ବେହେରା, ନମିତା ବେହେରା, ସାରଳା ବେହେରା, ବିନୋଦିନୀ ପଣ୍ଡା, ଏନ ରାମ ଚନ୍ଦ୍ର ରେଡି, ତାପସ ବେହେରା, ଆଭା ପରିଡା, ନୀଳମଣି ପଣ୍ଡା, ଅନ୍ୟ ନେତା, ଅନ୍ୟନ୍ୟ କର୍ମୀ ମାନଙ୍କ ସହିତ ୨୬ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟ ମାନେ ଏକତ୍ରିତ ହୋଇ ବିଡ଼ିଓଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ  ଓ ମିଷ୍ଟାନ ଖୁଆଇଥିଲେ | ବିଡ଼ିଓ ମଧ୍ୟ ବ୍ଲକ ଅଧ୍ୟକ୍ଷାଙ୍କ ସହ ସମସ୍ତ ଜନ ପ୍ରତିନିଧି ମାନଙ୍କ ସହିତ ସୌଜନ୍ୟ ମୂଳକ ଭାବେ କଥା ବାର୍ତ୍ତା କରି ଖୁସି ବ୍ୟକ୍ତ କରିଥିଲେ | ଏବଂ ଆସିଥିବା ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା, ମାନଙ୍କ ନାମ ଓ ଗ୍ରାମ ପଚାରି ବୁଝି ଥିଲେ | ଏହା ସହ ଉପସ୍ଥିତ ଥିବା ବ୍ଲକ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତଙ୍କୁ ରାଜ୍ୟ ସରକାରଙ୍କ ପଞ୍ଚାୟତ ପାଇଁ ଆସିଥିବା ଅନୁଦାନ ଉପରେ ବୁଝାଇ ବାକୁ କହିଥିଲେ | ବିଭିନ୍ନ ଯୋଜନା ଗୁଡ଼ିକ କିପରି କେଉଁ ମାଧ୍ୟମରେ କାର୍ଯ୍ୟକରିହେବ ତା ଉପରେ ମଧ୍ୟ ସମ୍ୟକ ଦିଗଦର୍ଶନ ଦେଇଥିଲେ | ତେବେ ଆଗାମୀ ୨୫ ତାରିଖ ଦିନବ୍ଲକ ବୈଠକ ହଲରେ ହେବାକୁ ଥିବା ବିକଶିତ ଗାଁ, ବିକଶିତ ଓଡିଶା କାର୍ଯ୍ୟକ୍ରମ ରେସମସ୍ତେ ଉପସ୍ଥିତ ରହି ବିସ୍ତୃତ ଭାବେ ଆଲୋଚନା କରିବା ପାଇଁ କହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.