ସୋନପୁର ବିଜେଡି ପକ୍ଷରୁ ବ୍ଲକ ଠାରେ ଧାରଣା ଓ ପ୍ରତିବାଦ ସଭା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତି ରାଜ ଦିବସ ଭାବରେ ପାଳନ ନ କରିବା ଓ ସରକାରୀ ଛୁଟି ପ୍ରତ୍ୟାହାର କରିବା ବିରୁଦ୍ଧରେ ସୋନପୁର ବ୍ଲକ ବିଜେଡି ପକ୍ଷରୁ ଆଜି ସ୍ଥାନୀୟ ବ୍ଲକ ଛକ ଠାରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକଙ୍କ ନେତୃତ୍ବରେ ଶତାଧିକ କର୍ମୀ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡିଓ ସଞ୍ଜୀବ ସାହୁଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ପ୍ରହଲ୍ଲାଦ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବିଜେଡିର ବରିଷ୍ଠ ନେତା କଇରୁ ସ୍ୱାଇଁ, ଆନନ୍ଦ ଶତପଥୀ, ପ୍ରମୋଦ ଧରୁଆ, ଶଙ୍କର ପ୍ରସାଦ ସା, ଗୋପାଳ ବରାଇ, ରାଜ କୁମାର ମିଶ୍ର, ମୁନା ତ୍ରିପାଠୀ ଯୁବନେତା ଶାଶ୍ଵତ ମିଶ୍ର, ଈଶ୍ୱର ବିଶି ପ୍ରମୁଖଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.