ଜୟ ଜାଡେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ନାନଝେର ଚାମ୍ପିଅନ

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଧରବଗଡ ପଞ୍ଚାୟତର ମାକ୍ରୀ ରାମଜୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଜୟ ଧରନି ପେନୁ ଜାଡେନ ବୁଢା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଦିନିକିଆ ଟି-୧୦ ଟୁର୍ନାମେଣ୍ଟରେ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ ନାନାଝେର ଓ ତାଣ୍ଡିଗାଁ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନାନାଝେର ବିଜୟ ଲାଭ କରିଥିଲା। ଆମ୍ପିଆର ଭାବରେ ବିବେକ ଭୋଇ ଓ ଘନଶ୍ୟାମ ଭୋଇ ଖେଳ ପରିଚାଳନା କରିଥଲେ। ଭବାନୀ ଭୋଇ ସ୍କୋରେବୋର୍ଡ ଦାୟିତ୍ୱରେ ଓ କ୍ଷିରସିନ୍ଧୁ ମାଝୀ ଧାରା ବିବରଣୀ ପ୍ରଦାନ କରିଥିଲେ। ଫାଇନାଲ ମ୍ୟାଚରେ ସନ୍ଦୀପ ସିଂ ବାବୁ ଜିଆରଏସ ସଂଘ ସଭାପତି ମୁଖ୍ୟ ଅତିଥି, ସୁଶାନ୍ତ ଭୋଇ କେଓମାଲ ଉଚ୍ଚ ବିଦ୍ୟାଳୟ ଶିକ୍ଷକ, ଓମ ପ୍ରକାଶ ଭୋଇ ସି.ଆର.ପି.ଏଫ ଜୱାନ, ଶ୍ରୀଗତ ମାଝୀ, ଭିଷ୍ମଦେବ ଭୋଇ, ସମ୍ପାଦକ ଗୋକୁଳା ନନ୍ଦ ବଗର୍ତ୍ତୀ, ବାଳକୃଷ୍ଣ ଭୋଇ, ଗ୍ରାମର ଭଦ୍ର ବ୍ୟକ୍ତି ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ବିଜେତା ଦଳକୁ ୨୦ ହଜାର ଓ ପରାଜିତ ଦଳକୁ ୧୫ ହଜାର ନଗଦ ଅର୍ଥ ସହ କପ୍ ପ୍ରଦାନ କରାଯାଇଥିଲା। ଆୟୋଜକ ଅନୁଷ୍ଠାନର ସଭାପତି ନନ୍ଦୁଲାଲ ପ୍ରଧାନ, ଉପସଭାପତି ଅଶ୍ଵିନୀ ଭୋଇ, ସମ୍ପାଦକ ଶଙ୍କର ଭୋଇ, ଜଗନ୍ନାଥ ଜାନୀ, ଜନ ଭୋଇ, ଦୁଷ୍ମନ୍ତ ଭୋଇ, ପ୍ରମୋଦ, ସୁବ୍ରତ ପ୍ରଧାନ ଭୋଇ, ଲାଲ୍ କିଶୋର ଭୋଇ, ବାବ୍ଲୁ ଭୋଇ, ପ୍ରଦ୍ୟୁମ୍ନ ଭୋଇ ତଥା ରାମଜୀ କ୍ରିକେଟ କ୍ଲବ ମାକ୍ରୀର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.