ଆଜି ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ଲବ ମିଶ୍ରଙ୍କ ଦ୍ଵାଦଶାହ ଶ୍ରାଦ୍ଧ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୋନପୁର ସହରର ଗୋକର୍ଣ୍ଣେଶ୍ବର ପଡ଼ା ନିବାସୀ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲବ କୁମାର ମିଶ୍ର(୬୮)ଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଗତ ୨୭ ତାରିଖ ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଥିଲା। ସୋନପୁର ଗୋକର୍ଣ୍ଣେଶ୍ଵର ଶ୍ମଶାନ ଘାଟରେ ତାଙ୍କର ଶେଷକୃତ୍ଯ ସମ୍ପନ୍ନ କରାଯାଇଥିବା ବେଳେ ପୁଅ ଦୀନେଶ ରଞ୍ଜନ ମିଶ୍ର ମୁଖାଗ୍ନି ଦେଇଥିଲେ। ଜିଲ୍ଲା ଶିକ୍ଷକ ସଂଘ ର କର୍ମକର୍ତା, ବରିଷ୍ଠ ନାଗରିକ ସଂଘ ଓ ଅଣ ଗେଜେଟେଡ କର୍ମକର୍ତ୍ତା ଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱର୍ଗୀୟ ମିଶ୍ରଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଆଜି ୧୨ ତାରିଖ ବୁଧବାର ଦିନ ଶ୍ରୀ ଗୋକର୍ନେଶ୍ୱର ମନ୍ଦିରରେ ଶ୍ରୀ ମିଶ୍ର ଙ୍କ ଦ୍ୱାଦଶାହ ଶ୍ରାଦ୍ଧ କାର୍ଯ୍ଯ ପାଳନ ପାଇଁ ଅୟୋଜନ କରାଯାଇଥିବା ବେଳେ ଚିରଦିନ ତଥା ଯୁଗେ ଯୁଗେ ମନେ ରହିବେ ସ୍ବର୍ଗତ ଲବ ମିଶ୍ର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.