ନର୍ଲା ଡିଗ୍ରୀ କଲେଜରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଡିଗ୍ରୀ କଲେଜରେ ଆତ୍ମସୁରକ୍ଷା ତାଲିମ ଶିବିରଟି ଗୁରୁବାର ଉଦଯାପିତ ହୋଇଯାଇଛି। ଏହା ମାର୍ଚ୍ଚ ୬ ତାରିଖ ଗୁରୁବାର ଦିନ ପୂର୍ବାହ୍ନ ୧୦.୩୦ ସମୟରେ ଉଦ୍ଘାଟିତ ହୋଇଥିଲା। ପ୍ରିନସପାଲ ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରର ଉଦଯାପନୀ ଉତ୍ସବରେ ମହା ବିଦ୍ୟାଳୟର ଅଧ୍ୟାପକ ସୁଶାନ୍ତ ସାହୁ, କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ବାସନ୍ତୀ ସାହୁ, ଅଧ୍ୟାପିକା କୌଶଲ୍ୟା ଗଡବା, କଲେଜର ଶାରିରୀକ ଶିକ୍ଷକ କ୍ଷୀତିଶ କୁମାର ବଗର୍ତ୍ତୀ, ତାଲିମ ପ୍ରଦାନକାରୀ ଦୁଇ ଛାତ୍ରୀ
କୁମୁଦିନୀ ମାଝୀ ଓ ଗୀତାଞ୍ଜଳୀ ବୈଠାରୁ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇ ଶିକ୍ଷା ପ୍ରାପ୍ତ କରିଥିବା ଆତ୍ମ ସୁରକ୍ଷା ତାଲିମ୍ ର ଆବଶ୍ୟକ ପଡିଲେ କର୍ମକ୍ଷେତ୍ରରେ ସଦବିନିଯୋଗ କରିବା ପାଇଁ କହିଥିଲେ । କାର୍ଯ୍ୟକ୍ରମଟିକୁ ଶିବିରର ପରିଚାଳନା ଦାଇତ୍ୱରେ ରହିଥିବା ମହା ବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ଶ୍ରୀମତୀ ବାସନ୍ତୀ ସାହୁ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡିଗ୍ରୀ କଲେଜର କର୍ମଚାରୀ ସନ୍ତୋଷ ନାଏକ, ରବିଚନ୍ଦ୍ର ଭୋଇ, ସନ୍ତୋଷ ନାଗ, ଗୌର ମାଝୀ, ଗୋପାଳ ଆଡଜୁଆଡ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଆତ୍ମ ସୁରକ୍ଷା ଉପରେ ବାହାରୁ ତାଲିମ ନେଇ ଆସିଥିବା ଉକ୍ତ କଲେଜର ପୂର୍ବତନ ଛାତ୍ରୀ କୁମୁଦିନୀ ମାଝୀ ଓ ଗୀତାଞ୍ଜଳୀ ବୈଠାରୁ ଛାତ୍ରୀ ମାନଙ୍କୁ ସପ୍ତାହେ ଧରି ତାଲିମ ପ୍ରଦାନ କରିଥିଲେ। ଶିବିରରେ ସମସ୍ତ ଅଂଶ ଗ୍ରହଣକାରୀ ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଡିଗ୍ରୀ କଲେଜର ପ୍ରଥମ ବର୍ଷର ୮୦ ଜଣ ଛାତ୍ରୀ ଶିବିରରେ ତାଲିମ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.