ଧରପଗଡ ଯାଦବ ସମାଜର ୧୭ତମ ଦୋଳ ମହୋତ୍ସବ: ନାମଯଜ୍ଞ ପାଇଁ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ଧରପଗଡ଼ ଗ୍ରାମପଞ୍ଚାୟତର ଯାଦବ ସମାଜ ମିଳିତ ଆନୁକୂଲ୍ୟରେ ୧୭ତମ ଦୋଳ ମହୋତ୍ସବ ପାଳିତ ହେଉଛି। ଏଥିପାଇଁ ଧରପଗଡ଼ ଦଶମତି କଟା ଶିବ ମନ୍ଦିର ପିଠରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେବ। ଏନେଇ ଗୁରୁବାର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗ୍ରାମପଞ୍ଚାୟତର ସମସ୍ତ ଗାଁରୁ ଶତାଧ‌ିକ ମହିଳା ଓ ଯୁବତୀ ଘଣ୍ଟଶଙ୍ଖ, ସଂକୀର୍ତ୍ତନ୍ୟ ଦଳ ସହ କଳସ ଯାତ୍ରାରେ ସାମିଲ ହୋଇଥିଲେ। ପରେ ସ୍ଥାନୀୟ ପଦ୍ମ ପୁଷ୍କରିଣୀରେ ପୂଜାର୍ଚ୍ଚନା କରି ପୂର୍ଣ୍ଣ କଳସ ଆଣି ନାମଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ। ଏଥିରେ ମୁଖ୍ୟ ପଣ୍ଡିତ ଭାବେ ଯୁଧିଷ୍ଠିର ହୋତା ଜପକ ବାଦ୍ୟନାଥ ବାବୁ ପ୍ରମୁଖ ପୂଜାକାର୍ଯ୍ୟ ତୁଲାଇବାକୁ ରହିଛି। ପୂଜାକର୍ତ୍ତା ଭାବେ ରାଜକୁମାର ବିଶି ଧର୍ମପତ୍ନୀ ସରଜିନି ବିଶି ଦାୟିତ୍ଵ ତୁଲାଉଛନ୍ତି। କଳସ ଯାତ୍ରାରେ ସରପଞ୍ଚ ଗୀତାଞ୍ଜଳୀ ପଣ୍ଡା ସମିତି ସଭ୍ୟ ରାକେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.