ହୋଲିରେ ଅଘଟଣ : ରଙ୍ଗ ଖେଳି ଗାଧୋଇବା ବେଳେ ନଦୀରେ ବୁଡ଼ି ଯୁବକଙ୍କ ଗଲା ଜୀବନ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଶନିବାର ହୋଲି ପର୍ବରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସହର ନିକଟିସ୍ଥ ହାତୀ ନଦୀକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତ ଯୁବକଙ୍କ ନାମ ପ୍ରତ୍ୟୁଷ ପାଢ଼ୀ (୨୨) ଓ ସେ ଜୁନାଗଡ଼ ସହର ବ୍ରାହ୍ମଣ ପଡ଼ାର ବୋଲି ଜଣାପଡିଛି। ସୂଚନାନୁଯାୟୀ, ହୋଲି ଖେଳି ସାରିବା ପରେ ପ୍ରତ୍ୟୁଷ ନିଜ କିଛି ସାଙ୍ଗଙ୍କ ସହ ହାତୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ନଦୀରେ ଗଭୀର ଥିବା ସ୍ଥାନକୁ ଚାଲିଯାଇଥିଲା। ସେଠାରୁ ବାହାରକୁ ବାହାରି ନ ପାରି ବୁଡି ଯାଇଥିଲେ। ଖବର ପାଇ ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଏ ନେଇ ଜୁନାଗଡ଼ ଥାନାରେ କେସ୍‌ ନଂ ୫/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.