ନର୍ଲା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଆଦିତ୍ୟ ପରିଡ଼ା ଟପ୍ପର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡିଶା ଆଦର୍ଶ ବିଦ୍ୟାଳୟ, ନର୍ଲାର ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୮୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି ସର୍ଗୀଗୁଡ଼ାର ଆଦିତ୍ୟ ପରିଡା। ଆଦିତ୍ୟ ସ୍ଥାନୀୟ ନର୍ଲା ମାଉଣ୍ଟେନ କିଡ୍ସ ଇଂଲିଶ ମିଡିୟମ ସ୍କୁଲର ଛାତ୍ର ଅଟନ୍ତି। ସେ ଶିକ୍ଷୟତ୍ରୀ ଗାୟତ୍ରୀ ମହାନ୍ତି, ଶିକ୍ଷକ କୁମାର ଗୌରବ (ପିଣ୍ଟୁ) ପରିଡ଼ା ଓ ପାଣିମୁଣ୍ଡା ସଂସ୍କାର ଭାରତୀର ମାର୍ଗଦର୍ଶକ, ବିଶିଷ୍ଟ କଣ୍ଠଶିଳ୍ପୀ, ଅବସରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ (ଟୁନା) ପରିଡ଼ାଙ୍କ ପୌତ୍ର। ସେ ବିଦ୍ୟାଳୟରେ ଏଲକେଜି କ୍ଲାସ ରୁ ହିଁ ସମସ୍ତ ପରୀକ୍ଷାରେ ନିଜ ଦକ୍ଷତାର ପରିଚୟ ଦେଇ ସର୍ବାଗ୍ରେ ରହି ଆସିଛନ୍ତି। ଆଦିତ୍ୟଙ୍କ ଏହି ସଫଳତାରେ ନର୍ଲା, ସର୍ଗିଗୁଡା ଓ ପାଣିମୁଣ୍ଡା ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ଆଦିତ୍ୟଙ୍କ ଏହି ସଫଳତାରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସର୍ଗୀଗୁଡା ସରପଞ୍ଚ ଦୀପାଞ୍ଜଳି ବୁଦ୍ଧିଆ, ମାଉଣ୍ଟେନ କିଡସ୍ ବିଦ୍ୟାଳୟର ଅଧ୍ୟକ୍ଷ ନବୀନ କୁମାର ଦାସ, ଅଧ୍ୟାପିକା ସଂଘମିତ୍ରା ପଣ୍ଡା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନର୍ଲାର ଅଧ୍ୟାପକ ଜୟନ୍ତ କୁମାର ଖମାରୀ, ଶିକ୍ଷାବିତ ତପନ କୁମାର ଭୋଇ, ଯୁବ ନେତୃତ୍ବ ରାଜା ପରିଡା ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହିତ ଆଦିତ୍ୟଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.