ଅବ୍ୟବସ୍ଥା ଘେରରେ ହୋମିଓଗୁଡା ଉନ୍ନିତ ଉଚ୍ଚ ବିଦ୍ୟାଳୟ; ଶ୍ରେଣୀ ଗୃହର ଅଭାବ, ସ୍କୁଲରେ ପାଚେରୀ ନାହିଁ

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ କନ୍ଧକାତିପାଡୁ ପଞ୍ଚାୟତର ହୋମିଓଗୁଡାରେ ଥିବା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଠାରେ ଶ୍ରେଣୀ ଗୃହ ଓ ପାଚେରୀ ନଥିବା ଯୋଗୁଁ ଛାତ୍ର ଛାତ୍ରୀ ମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଉକ୍ତ ବିଦ୍ୟାଳୟଟି ୧୯୭୫ ମସିହାରେ ସ୍ଥାପିତ ହୋଇଥିଲା। ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୭୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି କିନ୍ତୁ ୧୦ଟି ଶ୍ରେଣୀକୁ ୬ ଶ୍ରେଣୀ ଗୃହ ରହିଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀ ଗୋଟିଏ ଶ୍ରେଣୀ ଗୃହରରେ ବସୁଥିବା ବେଳେ ଷଷ୍ଠ, ସପ୍ତମ, ଅଷ୍ଟମ ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ଅନ୍ୟ ୫ଟି ଶ୍ରେଣୀ କକ୍ଷରେ ବସାଇ ପାଠ ପଢ଼ାଯାଉଛି। ଗୋଟିଏ କକ୍ଷରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲା ପାଠ ପଢ଼ୁଥିବା ବେଳେ କିଏ କାହାର ପାଠ ପଢୁଥିବେ କିଛି ଜଣାପଡୁ ନାହିଁ। କଲ୍ୟାଣସିଂହପୁର ଠାରୁ ଥେରୁବାଲି ଯିବା ମୁଖ୍ୟ ରାସ୍ତା କଡରେ ଉକ୍ତ ବିଦ୍ୟାଳୟଟି ରହିଛି। ଯାହା ଫଳରେ ବିଦ୍ୟାଳୟର ଚତୁଃପାର୍ଶ୍ଵରେ ପାଚେରୀ ନଥିବା ଯୋଗୁଁ ଛାତ୍ର ଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ କିଏ ଦାୟୀ ରହିବେ ବୋଲି ଅବିଭାବକମାନେ ପ୍ରଶ୍ନ କରିଛନ୍ତି। ବିଦ୍ୟାଳୟ ପାଚେରୀ ନିର୍ମାଣ ନିମନ୍ତେ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ମିଳିତରେ ପୂର୍ବରୁ ପଞ୍ଚାୟତ ଓ ବ୍ଲକରେ ଅଭିଯୋଗ କରିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ଚାରିଆଡେ ପାଚେରୀ ନିର୍ମାଣ ହୋଇପାରି ନାହିଁ। ଉକ୍ତ ବିଦ୍ୟାଳୟଟି ସରକାରଙ୍କ 5T ମାନ୍ୟତା ହାସଲ କରିଅଛି ଏଣୁ ଏହି ବିଦ୍ୟାଳୟ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ବିଦ୍ୟାଳୟ ପାଚେରୀ ନିର୍ମାଣ କରିବା ପାଇଁ ବିଦ୍ୟାଳୟ ସଭାପତି ସିମାଦ୍ରୀ ହିମିରିକାଙ୍କ ସହ ଗ୍ରାମର ବିଦ୍ୟାଧର ହିମିରିକା, ଶିରିମା ହିମିରିକା, ଗୋପୀନାଥ ହିମିରିକା ପ୍ରମୁଖ ଅଭିଯୋଗ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.