ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ୪ଟି ଘରେ ରାତି ଅଧରେ ଲାଗିଲା ନିଆଁ

ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାରବର୍ଗ 

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝିଗୁଡ଼ା ପଞ୍ଚାୟତ ସଦର ମହକୁମା ବ୍ୟାଙ୍କ୍ ସାହିର ସଫା ଜୟରାମ, ଶିଲା କ୍ରିଷ୍ଣା, ବାରାଟମ୍ ଶ୍ରୀନିବାସ୍ ରାଓ ଓ ଭୋମୀ ରମେଶ  ଏହି ଚାରି ପରିବାରର ଚାରିଟି ଘରେ ରାତି ଅଧରେ ନିଆଁ ଲାଗି ଯାଇଥିଲା। ପ୍ରଚଣ୍ଡ ଅଗ୍ନି ଯୋଗୁଁ ଘର ଜଳି ଯାଇଥିବାବେଳେ, ଅଳ୍ପକେ ବଞ୍ଚି ଯାଇଛନ୍ତି ୪ ପରିବାରର ଲୋକ। ରାତି ପ୍ରାୟ ୧୨ଟା ସମୟରେ ବିଦ୍ୟୁତ ସର୍ଟସର୍କିଟ ହୋଇ ଚାରୋଟି ଘରେ ନିଆଁ ଲାଗିଯାଇଥିବା ଜଣା ପଡ଼ିଛି। ଯାହା ଫଳରେ ଘର ଭିତରେ ଥିବା ଟିଭି, ଖଟ, ଚାଉଳ ମାଣ୍ଡିଆ, ଲୁଗାପଟା ସବୁ ପାଖା ପାଖି ଲକ୍ଷ ଲକ୍ଷ ଟଙ୍କାର ଜିନିଷପତ୍ର ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ଏହା ପରେ ଗାଁ ଲୋକେ ଦେଖି ଜଳୁଥିବା ନିଆଁକୁ ଲିଭାଇବା ସହ ଅଗ୍ନିଶମ ବିଭାଗକୁ ଫୋନ କରି ଜଣାଇଥିଲେ। ପରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିବା ସୁଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.