୧୦ମ ଦିନରେ ଓଡ଼ିଶା ସ୍ବାସ୍ଥ୍ୟ ମିସନ ପରିଚାଳନା କର୍ମଚାରୀଙ୍କ ଧାରଣା: ନର୍ଲାରେ ସ୍ବାସ୍ଥ୍ୟସେବା ଠପ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟର ପ୍ରତ୍ୟେକ ଜିଲାରୁ ଜାତୀୟ ସ୍ଵାସ୍ଥ୍ୟ ମିଶନ ଠିକା କର୍ମଚାରୀ ଭୁବନେଶ୍ଵରରେ ଧାରଣା ଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରର ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ କାର୍ଯ୍ୟରତ ଠିକା କର୍ମଚାରୀ ବିପିଏମ ସବୀର କୁମାର ପଧାନ, ଭିପିଡିଟିଏମ ଦେବାଶିଷ ଭୋଇ, ଏସଟିଏସ ଅଜିତ ଆଚାର୍ଯ୍ୟ, ଅବିନାଶ ସାହୁ, ବ୍ଲକ ଆକାଉଣ୍ଟ ମ୍ୟାନେଜର ପ୍ରଶାନ୍ତ ରଣା ପ୍ରମୁଖ ଭୁବନେଶ୍ୱର ଯାଇ ଧାରଣାରେ ବସି ଥିବାରୁ ନର୍ଲା ସ୍ଵାସ୍ଥ୍ୟ ବିଭାଗ ରେ ରିପୋର୍ଟ ପ୍ରଦାନ, ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ, ଆଶା ପ୍ରୋତ୍ସାହନ ରାଶି ପ୍ରଦାନ, ଯକ୍ଷ୍ମା ନିୟନ୍ତ୍ରଣ, କୁଷ୍ଠ ନିୟନ୍ତ୍ରଣ, ଅଣସଂକ୍ରାମକ ରୋଗ କାର୍ଯ୍ୟକ୍ରମ, ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ, ଗର୍ବବତୀ ମାଆ ମାନଂକର ପ୍ରସବ ପରାଵର୍ତ୍ତୀ ପାଉଣା, ରକ୍ତ ଶିକୁଳି ର ପ୍ରୋତ୍ସାହନ ରାଶି ଭଳି ଅନେକ ପ୍ରୋତ୍ସାହନ ରାଶି ପ୍ରଦାନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବିଶେଷ କରି ରାତି ଦିନ ନିୟମିତ ଗର୍ଭବତୀ ମହିଳା ଏବଂ ବିଭିନ୍ନ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ କରି ଆସୁଥିବା ଆଶା କର୍ମୀମାନଙ୍କ ଦରମା ଏଯାଏଁ ହୋଇ ପାରୁ ନାହିଁ। ଫଳରେ ଆଶାକର୍ମୀମାନେ ଦରମା ନପାଇ ଅନେକ ହଇରାଣ ହେଉଥିବା ଜଣାପଡିଛି।ଏହାସହ ସଫେଇ କର୍ମଚାରୀଙ୍କ ମାସିକ ଦରମା ନ ପାଇ କର୍ମଚାରୀ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏମାନଙ୍କ ଧାରଣ ଯୋଗୁଁ ସ୍ବାସ୍ଥ୍ୟସେବା ଠପ୍ ହୋଇ ପଡିଛି।ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୨୦୦୫ ମସିହା ଠାରୁ ଦୀର୍ଘ ୨୦ ବର୍ଷ ଧରି ସ୍ୱାସ୍ଥ୍ୟ ବିଭାଗ ପାଇଁ କାର୍ଯ୍ୟକରି ଆସୁଥିବା ଏହି କର୍ମଚାରୀ ମାନେ ଆଜିଯାଏଁ ସ୍ଥାୟୀ ହୋଇପାରିଲେ ନାହିଁ। ୨୦ ବର୍ଷ ଧରି ଅତି ସ୍ୱଳ୍ପ ଦରମାରେ ଚୁକ୍ତି ଭିତ୍ତିକ ଚାକିରୀରେ ଅସ୍ଥାୟୀ ଭାବରେ ଦିନରାତି ପରିଶ୍ରମ କରି ନିଜର ଯୁବକ ସମୟକୁ ବିଭାଗ ପାଇଁ ଜଳାଞ୍ଜଳି ଦେଇ ସୁଚାରୁ ରୁପେ ପରିଚାଳନା କରି ଏବେ ୪୫ ବର୍ଷରେ ପଦାର୍ପଣ କରି ଏହି କର୍ମଚାରୀ ମାନେ ସରକାରଙ୍କ ଦ୍ୱାରା ଅବହେଳିତ। ସରକାର ଏମାନଙ୍କ ବେଦନାକୁ ହୃଦୟଙ୍ଗମ କରିପାରିଲେ ନାହିଁ।ଏଣୁ ସେମାନଙ୍କର ଦୁଇଗୋଟି ନ୍ୟାର୍ଯ୍ୟ ଦାବୀ ଜନସ୍ୱାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି ଓ ଚାକିରୀ ସ୍ଥାୟୀକରଣ। ବାରମ୍ବାର ସରକାରଙ୍କୁ ଲିଖିତ ଭାବରେ ଜଣାଇବା ସତ୍ୱେ ଏଥିପ୍ରତି କୌଣସୀ ପଦକ୍ଷେପ ନନେବାରୁ ସାରା ରାଜ୍ୟର କର୍ମଚାରୀ ମାନେ ମାର୍ଚ୍ଚ ୧ ରୁ ସରକାରଙ୍କୁ ଚେତାବନୀ ଦେଇ କଳାବ୍ୟାଚ ପରିଧାନ କରି କଲମ ଛାଡ କରିବା ସହିତ ଅଫିସ ଆସୁଥିଲେ ହେଲେ କୌଣସୀ କାମ ନକରି ଅସହଯୋଗ କରିଥିଲେ। ସରକାରଙ୍କୁ ଚେତାବନୀ ଦେଇଥିଲେ ସରକାର ଏମାନଙ୍କ ନ୍ୟାର୍ଯ୍ୟ ଦାବୀ ତୁରନ୍ତ ପୂରଣ କରିବା ପାଇଁ। ହେଲେ ସରକାର ପୁଣି କର୍ଣ୍ଣପାତ ନ କରିବାରୁ ଗତ ୧୦/୩ ରୁ ୧୦ ଦିନ ହେଲା ଭୁବନେଶ୍ଵରସ୍ଥିତ ଲୋୟର ପିଏମ୍‌ଜି ଠାରେ ଧାରଣାରେ ବସିଛନ୍ତି। ଏହାର ପ୍ରଭାବରେ ଜିଲ୍ଲା ତଥା ବ୍ଲକ୍ ଓ ରାଜ୍ୟରେ ସମସ୍ତ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡିକରେ ସ୍ବାସ୍ଥ୍ୟସେବା ପ୍ରଭାବିତ ହୋଇପଡିଛି। ଆଗାମୀ ଏପ୍ରିଲ୍ ୧ରୁ ସରକାରଙ୍କ ପକ୍ଷରୁ ଆୟୁଷ୍ମାନ କାର୍ଡ଼ ଲାଗୁ କରିବା ପାଇଁ ଘୋଷଣା କରାଯାଇଛି । କିନ୍ତୁ ଏହି କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ଧାରଣାରେ ବସିଥ‌ିବାରୁ ଆୟୁଷ୍ମାନ କାର୍ଡ଼ ରାଜ୍ୟରେ କିଭଳି ଭାବେ ଲାଗୁ କରାଯିବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦାବି ପୂରଣ ପୁରଣ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳ ଜାରି ରହିବ ବୋଲି ଓଡ଼ିଶା ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.