ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଇ-ଅଫିସ୍ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ- ଠାରେ ଇ-ଅଫିସ୍ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମ ଚଳିତ ମାର୍ଚ୍ଚ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି – ପ୍ରକଳ୍ପ ପ୍ରଶାସକ ଶ୍ରୀ ଅଂଶୁମାନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
ଏହି ତାଲିମ୍ କାର୍ଯ୍ୟକ୍ରମକୁ ଶ୍ରୀ ଦୀପକ କୁମାର ମଲ୍ଲିକ ଓ ଶ୍ରୀମତୀ କବିତା ରାଣୀ ରାଉତ -ପ୍ରଶିକ୍ଷକ ଭୁବନେଶ୍ଵର ଯୋଗ ଦେଇ ” ଇ-ଅଫିସ୍ ” ତାଲିମ କାର୍ଯ୍ୟକ୍ରମ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି ।

ଏହି ତାଲିମ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମର ଏକ ଅବିଚ୍ଛେଦ ଅଂଶ ହୋଇଥିବାରୁ ଇ-ଅଫିସ୍ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ସରଳୀ କୃତ , କ୍ରିୟାଶୀଳ ଓ ସ୍ୱଚ୍ଛତାର ସହ କାର୍ଯ୍ୟ ହାସଲ କରିବାର ମାଧ୍ୟମ ଅଟେ।

ଏହାଦ୍ବାରା କାର୍ଯ୍ୟ ପ୍ରଣାଳୀ ଆଧାରିତ ସିଷ୍ଟମ ଯାହା ଫାଇଲ ଗୁଡ଼ିକର ମାନୁଆଲ୍ ପରିଚାଳନାର ଅଧିକ ଦକ୍ଷ ନେଇ ଇଲେକ୍ଟ୍ରୋନିକ୍ ସିଷ୍ଟମ ସହିତ ବିସ୍ତାର କରିଥାଏ। ଏହି ପ୍ରଣାଳୀ ମାଧ୍ଯମରେ ଏକ ଡକ୍ୟୁମେଣ୍ଟର ସମଗ୍ର ଜୀବନ ଚକ୍ରରେ ସରକାରୀ କାର୍ଯ୍ୟ ପ୍ରବାହ ପରିଚାଳନା କରିବା ପାଇଁ ପରସ୍ପର ସହିତ ଜଡିତ ହୋଇଥାଏ । ଏଥିରେ ସ୍କାନିଂ, ଇଲେକ୍ଟ୍ରୋନିକ୍ ,ଫାଇଲ୍ ସୃଷ୍ଟି, ନୋଟିଂ ଏବଂ ଡ୍ରାଫ୍ଟରେ ଡିଜିଟାଲ୍ ସ୍ୱାକ୍ଷର , ପ୍ରେରଣ , ଫାଇଲ୍ ଏବଂ ରସିଦ ଗୁଡ଼ିକର ଦ୍ରୁତ ପ୍ରକ୍ରିୟାକରଣ ଏବଂ ଗତି , ଫାଇଲ୍ ଏବଂ ରସିଦ ବନ୍ଦ କରିବା ଏବଂ ଶେଷରେ ରେକର୍ଡ ଗୁଡ଼ିକର ଅଭିଲେଖାଗାର ଅନ୍ତର୍ଭୁକ୍ତ ଇତ୍ୟାଦି ବିଷୟରେ ଶିକ୍ଷଣ ପ୍ରଦାନ କରାଯାଇଛି। ଏହି ଇ-ଅଫିସ୍ ତାଲିମ କାର୍ଯ୍ୟକ୍ରମରେ ସମସ୍ତ ଡେପୁଟି କଲେକ୍ଟର ତଥା, ସହାୟକ କଲେକ୍ଟର , ସମସ୍ତ ସେକ୍ସନ ଅଧିକାରୀ , ବରିଷ୍ଠ ରାଜସ୍ୱ ସହାୟକ , ଜୁନିଅର ରାଜସ୍ବ ସହାୟକ ସମେତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା କର୍ମଚାରୀ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ପ୍ରଶିକ୍ଷଣ ନେଇଥିଲେ।

ଏହି ଏହି ପ୍ରଶିକ୍ଷଣ କର୍ମଶାଳାକୁ ଶ୍ରୀ ଟି.ବାଳକୃଷ୍ଣ ମୂର୍ତ୍ତୀ , ଡିଆଇଓ , ଏନଆଇସି ଗଜପତି , ଶ୍ରୀ ରାଜ ଆନନ୍ଦ , ସହକାରୀ ଡିଆଇଓ, ଏନଆଇସି ଗଜପତି , ଶ୍ରୀ ପ୍ରଶାନ୍ତ କୁମାର ସାହୁ , ସିଏମଜିଆଇ , ସଂଯୋଜକ ତତ୍ତ୍ୱାବଧାନରେ ଏହି ତାଲିମ୍ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.