ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରୋଗ୍ୟ ଯୋଗ ଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଆରୋଗ୍ୟ ଯୋଗ ଯାତ୍ରା ଏହା ଚିକିତ୍ସା କ୍ଷେତ୍ରରେ ଏକ ଅଭିନବ ପଦକ୍ଷେପ ।ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପ୍ରସୂତି କାଳୀନ ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଆଜି “ଆରୋଗ୍ୟ ଯୋଗ ଯାତ୍ରା” କାର୍ଯ୍ୟକ୍ରମ ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ଼ାଃ ସନ୍ଧ୍ୟା ରାଣୀ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶୁଭାରମ୍ଭ ହୋଇଯାଇଛି ।

ଆୟୋଜିତ କାର୍ଯ୍ୟକ୍ରମରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ଼ାଃ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ସଭାପତିତ୍ବ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ କେ:ୱାଇ: ନମ୍ବର ଆରୋଗ୍ୟ ଯୋଗ ଯାତ୍ରା ତଥା ମୁଖ୍ୟତଃ ମହିଳାଙ୍କ ପାଇଁ ରହିଥିବା ମୁଖ୍ୟ ୪ ଟି ବିନ୍ଦୁ ଉପରେ କହିଥିଲେ ।

ଡିଏମଓ: ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧ୍ୟିକ୍ଷକ ଡ଼ାଃ ପ୍ରମୋଦ କୁମାର୍ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗର୍ଭବତୀ ମହିଳା ସମେତ ୧୨ ବର୍ଷ ବୟସରୁ ଉର୍ଦ୍ଧ୍ବ ବାଳିକା ଓ ମହିଳା ମାନଙ୍କୁ ମୁଖ୍ୟତଃ ଏହି ଅଭିନବ ଚିକିତ୍ସା ପ୍ରଣାଳୀ ଉପରେ ଏହି ସମସ୍ତଙ୍କୁ ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ସମସ୍ତଙ୍କୁ କେ:ୱାଈ: ନମ୍ବର ଆରୋଗ୍ୟ ଯୋଗ ଯାତ୍ରା ଉପରେ ବିଶେଷ ଗୁରୁତ୍ବ ଦେଇ ସଚେତନ କରାଇବା ଯାହାକି , ସ୍ୱାସ୍ଥ୍ୟ ଚିକିତ୍ସାର ୪ଟି ବିନ୍ଦୁ ନିୟମିତ ଭାବେ ରକ୍ତଚାପ , ହୋମୋଗ୍ଲୋବିନ ଓ ସୁଗାର ପରୀକ୍ଷା ସହ ଓଜନ ମାପିବା ଉପରେ କହି ସବୁବେଳେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଦିଗରେ ସଚେତନ ହେବା ସହ ନିଜକୁ ସୁସ୍ଥ ରଖିବାରେ ନିରନ୍ତର ପ୍ରୟାସ ଜାରୀ ରଖିବା ଦିଗରେ ସଚେତନ କରାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଡ଼ାଃ ଇତିଶ୍ରୀ ମିଶ୍ର , ଏଡିଏମଓ: ଡ଼ାଃ ମହେନ୍ଦ୍ର କୁମାର ଭୂୟାଁ , ଏଡିପିଏଚଓ: ନୟନା ମଲ୍ଲିକଙ୍କ ସମେତ ଉପସ୍ଥିତ ନର୍ସ ମାନେ ମଧ୍ୟ ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ ଚିକିତ୍ସା କ୍ଷେତ୍ରରେ ଏଭଳି ଅଭିନବ ପଦକ୍ଷେପ ସମ୍ପର୍କରେ ନିଜ ନିଜର ଅଭିଭାଷଣ ରଖିଥିଲେ ।

ଶେଷରେ ଏ ସମ୍ପର୍କରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସଚେତନତା ଶୋଭାଯାତ୍ରା ବାହାରି କେ: ୱାଇ: ନମ୍ବର ଆରୋଗ୍ୟ ଯୋଗ ଯାତ୍ରା ଉପରେ ବ୍ୟାନର ଧରି ସ୍ଲୋଗାନ ଦେଇ ସଚେତନ କରାଇଥିଲେ ।


ଏଠାରେ ପ୍ରକାଶ ଯୋଗ୍ୟ ଯେ , ଏହି କାର୍ଯ୍ୟକ୍ରମର ଫେଡେରେସନ ଅଫ୍ ଗାଇନୋକୋଲୋଜିକାଲ ସୋସାଇଟି ଅଫ୍ ଇଣ୍ଡିଆ’ର ପ୍ରେସିଡେଣ୍ଟ ସୁନିତା ତେନ୍ଦୁଲ ୱାଦକର’ଙ୍କ ଉଦ୍ୟମ ଓ ପ୍ରୟାସ ଯୋଗୁଁ ପ୍ରଥମ ଥର ଲାଗି ତିରୁପତିରେ ଓ ଦ୍ବିତୀୟରେ ରିଷିକେଶରେ ହୋଇଥିଲା । ପ୍ରଥମ ଥର ଓଡିଶାର ପୁରୀ ଜଗନ୍ନାଥ ଧାମରେ ଏହା ମାର୍ଚ୍ଚ ମାସ କୋଡିଏ ତାରିଖରେ ଶୁଭାରମ୍ଭ ହୋଇଛି । ଏହି ଦେଶସ୍ତରୀୟ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ର ସ୍ତ୍ରୀ ଓ ପ୍ରସୂତୀ ବିଭାଗକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶାର କେବେଳ ଆଠଟି ଚିକିତ୍ସାଳୟ ଅନ୍ତର୍ଭୁକ୍ତ ଯାହା ସମସ୍ତ ମେଡିକାଲ କଲେଜ ଏବଂ କେବଳ ଗଜପତି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଏକ ମାତ୍ର ଜିଲ୍ଲା ସ୍ତରୀୟ ହସପିଟାଲ ଯାହା ଏକ ଗୌରବର ବିଷୟ ।


ପ୍ରତିବର୍ଷ ନିଜର ସ୍ୱାସ୍ଥ୍ୟର ପରୀକ୍ଷା କରି ଏହି ବିଷୟରେ ସଚେତନ ହେବା ଓ ନିଜକୁ ସୁସ୍ଥ ରଖିବାରେ ପ୍ରଯ୍ଯାପ୍ତ ପ୍ରୟାସ ନିରନ୍ତର ଜାରି ରଖିବା । ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ସମସ୍ତ ମହିଳା ମାନଙ୍କର ରିପୋର୍ଟ ଗୁଗୁଲ ଫର୍ମ ମାଧ୍ୟମରେ ଫୋଗସି ଅଫିସକୁ ପଠାଯିବାର ବ୍ୟବସ୍ଥା ରହିଛି । ଯାହା ଭବିଷ୍ଯତରେ ଏହି ମହିଳା ମାନଙ୍କର ସମସ୍ଯା ନିରୂପଣ ଚିକିତ୍ସା ଓ ଯତ୍ନ ବିଷୟରେ ଭବିଷ୍ୟତରେ ପୁନଖାନୁପୁଂଖ ଆଲୋଚନା ହୋଇପାରିବ ଏବଂ ଭାରତରେ ସ୍ରୀ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମୀକ୍ଷା ହୋଇ ସବୁ ବର୍ଗର ସମସ୍ତ ସମସ୍ୟାର ଏକ ସ୍ବତନ୍ତ୍ର ରିପୋର୍ଟ ମଧ୍ୟ ପ୍ରସ୍ତୁତ କରାଯାଇ ଏହା ମାନଦଣ୍ଡ ପ୍ରଚଳନ କରାଯିବାର ଲକ୍ଷ୍ୟ ରଖାଯାଇଛି।


ଏହା ଚିକିତ୍ସା କ୍ଷେତ୍ରରେ ଏକ ଅଭିନବ ପଦକ୍ଷେପ , ଯାହାକି ସେବା ଓ ଆଧ୍ୟାତ୍ମିକ ଚିନ୍ତାଧରାର ଏକ ମିଳିତ କ୍ରିୟାନୁଷ୍ଠାନ ଏହାର ମୁଖ୍ୟ ଉଦ୍ଦେଶ୍ୟ । ଆଧୁନିକ ଯୁଗର ଚିକିତ୍ସା ବିଜ୍ଞାନ ଦ୍ଵାରା ପ୍ରମାଣିତ ଓ ଆଧାରିତ ଏବଂ ଆଧ୍ୟାତ୍ମିକ ଚେତନାର ଓ ଚିନ୍ତାଧାରାରେ ପ୍ରତିଫଳିତ ସମନ୍ଵିତ ସେବା କ୍ଷେତ୍ରରେ ଏକ ଅଭୂତପୂର୍ବ ସଫଳତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.