ସାନକାର୍ଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାରୀ ପ୍ରାଥମିକ ବିଦ୍ୟାଳୟ ସାନକାର୍ଲି ଠାରେ ତୃତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଞ୍ଜିଗଡ ରୁଷିୟା ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢଳଦେବ ମୁଣ୍ଡ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାରତ ଭୂଷଣ ସାହୁ, ଲୋକକଳାର ସୁନୀଲ ମହାନନ୍ଦ, ଗୁଣ୍ଡୁରୀ ସରପଞ୍ଚ ହରପ୍ରିୟା ମାଝୀ, ସମିତି ସଭ୍ୟ ପଦ୍ମିନୀ ପୂଝାରୀ, ଭଟାଙ୍ଗପଦର କ୍ଲଷ୍ଟର ସିଆରସିସି ମନୋଜ କୁମାର ସାହୁ, ମୁଖ୍ୟମନ୍ତ୍ରୀ ଜିଲ୍ଲା ପୁରସ୍କାର ପ୍ରାପ୍ତ ଶିକ୍ଷକ ଆଦିତ୍ୟ କୁମାର ପଣ୍ଡା ଯୋଗଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ବାଲବାଟିକା ଶ୍ରେଣୀକୁ ବି.ଇ.ଓ ଶ୍ରୀଯୁକ୍ତ ମେହେର୍ ଉଦଘାଟନ କରିଥିଲେ। ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ଶିକ୍ଷା ହିଁ ଭବିଷ୍ୟତ ଜୀବନର ଚାବିକାଠି ବୋଲି ବି.ଇ.ଓ ଶ୍ରୀ ମେହେର୍ ନିଜ ବକ୍ତବ୍ୟରେ କହିଥିଲେ। ସରକାରୀ ପ୍ରାଥମିକ ବିଦ୍ୟାଳୟ ସାନକାର୍ଲି ଶିକ୍ଷା କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ସମସ୍ତ ଅତିଥିଗଣ ମତବ୍ୟକ୍ତ କରିଥିଲେ। ଚଳିତ ଶିକ୍ଷାବର୍ଷରେ ଏହି ବିଦ୍ୟାଳୟରୁ ନବୋଦୟ ବିଦ୍ୟାଳୟ ପାଇଁ ଜଣେ ଛାତ୍ର ଏବଂ ଆଦର୍ଶ ବିଦ୍ୟାଳୟ ପାଇଁ ୪ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇ ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଏହି ସଫଳତା ପାଇଁ ପ୍ରଧାନଶିକ୍ଷକ ଶ୍ରୀ ପ୍ରବୀଣ ତାଣ୍ଡି ଓ ଶିକ୍ଷକ ଜନାର୍ଦ୍ଦନ ମିଶ୍ରଙ୍କ ପ୍ରଚେଷ୍ଟା ଦ୍ଵାରା ହିଁ ପ୍ରାପ୍ତ ହୋଇପାରିଛି ବୋଲି ଅଭିଭାବକ ମାନେ ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ତରଫରୁ କ୍ରୀଡା ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ନବୋଦୟ ଓ ଆଦର୍ଶ ବିଦ୍ୟାଳୟ ପାଇଁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସ୍ଵରୂପ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ବର୍ଣ୍ଣବୋଧ ବଣ୍ଟନ କରାଯାଇଥିଲା। ଅନ୍ୟତମ ଆକର୍ଷଣ ଭାବେ ଲୋକକଳାର କଳାହାଣ୍ଡି କଟପା ଶ୍ରୀ ମହାନନ୍ଦ ଗ୍ରାମବାସୀଙ୍କୁ ଉତ୍ସାହିତ କରିବାପାଇଁ ଉତ୍ତମ ଶିକ୍ଷା ପ୍ରଦାନ କରିବାକୁ ଆହ୍ଵାନ ଦେଇଥିଲେ। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରବୀଣ ତାଣ୍ଡି ପ୍ରଧାନଶିକ୍ଷକ ବିବରଣୀ ପାଠ ପୂର୍ବକ ବିଦ୍ୟାଳୟର ସାମଗ୍ରିକ ବିକାଶ ଉପରେ ଆଲୋକପାତ କରିଥିଲେ। ଶେଷରେ ବିଦ୍ୟାଳୟର ସହ ଶିକ୍ଷକ ଦନାର୍ଦ୍ଦନ ମିଶ୍ର ଅତିଥିଗଣ ତଥା ଗ୍ରାମବାସୀ, ସ୍ୱେଚ୍ଛାସେବୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.