ଇନ୍‌ଷ୍ଟିଚ୍ୟୁଟ୍ ଫର ସିଭିଲ ସର୍ଭିସେସ୍ ସ୍କିଲ୍‌ସ୍‌ ଆଣ୍ଡ ସୋସିଆଲ ରିସର୍ଚ୍ଚର ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ମାର୍ଚ୍ଚ ୩୦ ତାରିଖ ଦିନ ଇନ୍‌ଷ୍ଟିଚ୍ୟୁଟ ଫର୍ ସିଭିଲ ସର୍ଭିସେସ୍ ସ୍କିଲସ ଆଣ୍ଡ୍ ସୋସିଆଲ ରିସର୍ଚ୍ଚ ଦ୍ଵାରା ଭାରତୀୟ ପ୍ରଶାସନିକ ସେବା ଏବଂ ଓଡ଼ିଶା ପ୍ରଶାସନିକ ସେବା ଆକାଂକ୍ଷୀମାନଙ୍କ ପାଇଁ ରସୁଲଗଡ଼ ସତ୍ୟ-ବିହାର ସ୍ଥିତ କଳିଙ୍ଗ ଆଡ଼ଭାନ୍ସଡ଼ ପବ୍ଲିକ ସ୍କୁଲରେ ଦିବା ୧୦ ଘଟିକାରେ ହେବାକୁ ସ୍ଥିରିକୃତ ବସ୍ତୁନିଷ୍ଠ ପରୀକ୍ଷା ବା ଅବ୍‌ଜେକ୍ଟିଭ୍ ଟେଷ୍ଟ ସେଠାରେ ନହୋଇ ଶହୀଦ ନଗର ଭୁନେଶ୍ଵରର ପ୍ଲଟ ନମ୍ବର ୪୬୦ ଜେହୋଭା ଗ୍ରୁପ୍ କମ୍ପାନୀଜର ସଭାଗୃହରେ ଦିନ ୧୧ଘ. ଠାରୁ ୧୨ଘ. ମଧ୍ୟରେ ହେବ ବୋଲି ପ୍ରାଧ୍ୟାପିକା ତଥା ବିଶିଷ୍ଟ ଲେଖିକା ରଶ୍ମୀ ରାଉଳ ଜଣାଇଛନ୍ତି । ଯେଉଁମାନେ ପରୀକ୍ଷା ଦେବା ପାଇଁ ଆବେଦନ କରିଛନ୍ତି, ସେମାନେ ପଦାର୍ଥ ବିଜ୍ଞାନୀ ଡକ୍ଟର ସୁଶାନ୍ତ କୁମାର ଦାସଙ୍କୁ ମୋବାଇଲ ନମ୍ବର ୯୪୩୯୧୬୨୯୬୧ରେ ଯୋଗାଯୋଗ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.