ୱାକଫ ବିଲ ଭାରତୀୟ ଧର୍ମ ନିରେପେକ୍ଷତାକୁ କ୍ଷୁର୍ଣ୍ଣ କରୁଛି -ସମାଜବାଦୀ ପାର୍ଟି 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ୱାକଫ ବିଲ ୨୦୨୫ ଆଇନରେ ପରିଣତ ହୋଇଛି, ଯାହା ଭାରତୀୟ ଧର୍ମ ନିରପେକ୍ଷତାକୁ କ୍ଷୁର୍ଣ୍ଣ କରୁଛି ବୋଲି ସମାଜବାଦୀ ପାର୍ଟି କହିଛି। ଦଳର ରାଷ୍ଟ୍ରିୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏହି ବିଲକୁ ବିରୋଧ କରିଥିବାବେଳେ ସମାନ ଭାବେ ଓଡ଼ିଶା ପ୍ରଦେଶ ସମାଜବାଦୀ ପାର୍ଟି ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି। ଏନେଇ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ ସଭାପତି ଶିବ ହାତୀ ଯାଦବ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି  ସରକାର ଦେଶରେ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରି ନିଜର ଭୋଟ ବ୍ୟାଙ୍କକୁ ସୁରକ୍ଷାଦେଉଛି, ଯାହା ଦେଶର କୋଟି କୋଟି ଅନ୍ୟ ଧର୍ମ ବା ସମ୍ପ୍ରଦାୟର ସାମ୍ବିଧାନିକ ହକ ଆଉ ଅଧିକାରକୁ କୁଠାର ଘାତ କରୁଛି। ଭାରତ ସର୍ବଧର୍ମ ସମନ୍ୱୟରେ ଭାଇଚାରା ଆଉ ଧର୍ମନିରପେକ୍ଷତା ବିଶ୍ୱାସ କରିଥାଏ। ଏପଟେ ବର୍ତ୍ତମାନର କେନ୍ଦ୍ର ସରକାର ଓ୍ବାକଫ ବିଲକୁ ଆଇନ କରି ଦେଶର ସଂଖ୍ୟଲଘୁ ମୁସଲିମ ସଂପ୍ରଦାୟଙ୍କ ସାମ୍ବିଧାନିକ ହକକୁ ଛଡାଇ ନେଉଛନ୍ତି ଯାହା ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ଆଉ ବିଭେଦତା ସୃଷ୍ଟି କରିପାରେ। ତେଣୁ ଏହି ଆଇନକୁ ପୁନର୍ବିଚାର କରି ମାନବବାଦ ଏକ ଧର୍ମ ହେଉ ବୋଲି ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ ସଭାପତି ଶିବ ହାତୀ ଯାଦବ ମତବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.