ଘଣ୍ଟମାଳ ସମବାୟ ସମିତି ଗୃହ ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସମବାୟ ଅଧିନରେ ଚାଲି ଆସୁଥିବା ଘଣ୍ଟମାଳ ପଞ୍ଚାୟତ ଏବେ ନୂଆ ସମବାୟ ସମିତି ମାନ୍ୟତା ପାଇ ଆଜି ଏହାର ନୂତନ ଭବନ ଗ୍ରାମ ପଞ୍ଚାୟତ ଅଫିସ ପରିସରରେ ଉଦ୍ଘାଟିତ ହୋଇଯାଇଛି। ନର୍ଲା ପ୍ୟାକ୍ସର ଡାଇରେକ୍ଟର ଧନୁର୍ଦ୍ଧର ସେନାପତି ଫିତାକାଟି ଉଦ୍ଘାଟନ କରିଥିଲେ।ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ମୁଖ୍ୟ ପ୍ରଶାସକ ରାଜେଶ ପଧାନଙ୍କ ଅଧ୍ୟକ୍ଷତାରେ ଏହାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବରେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ନର୍ଲା ପ୍ୟାକ୍ସ ର ଉପ ସଭାପତି ଅଭୟ ଚାନ୍ଦ, ଡାଇରେକ୍ଟର ଚିରଞ୍ଜିବି ଗୌଡ଼ିଆ, ଧନୁର୍ଦ୍ଧର ସେନାପତି ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ। ନର୍ଲା ସମବାୟ ସମିତି ସମ୍ପାଦକ ଲବକାନ୍ତ ସା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ ଭାନପୁର ପ୍ୟାକସ ଅଧିନସ୍ଥ ବାଗପୁର ଓ କୁରମେଲ ପ୍ରଭୁତି ଉପକେନ୍ଦ୍ର ଗୁଡିକରେ ନୂତନ ସମବାୟ ଅଫିସ ଭବନ ଗୁଡ଼ିକ ଉଦ୍ଘାଟିତ ହୋଇସାରିଛି। ଘଣ୍ଟମାଳ ଗ୍ରାମ ପଞ୍ଚାୟତ ଅଫିସ ପରିସରରେ ସମବାୟ ଅଫିସ ପାଇଁ ଭବନ ଉପଲବ୍ଧ କରାଇଥିବାରୁ ସରପଞ୍ଚ ଶ୍ରୀ ସାଙ୍କୁ ଅତିଥି ବୃନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଉଦ୍ଘାଟନୀ ଉତ୍ସବ କାର୍ଯ୍ୟକ୍ରମରେ ଘଣ୍ଟମାଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଅନେକ ଚାଷୀ ଓ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମ୍ପାଦକ ଲାବକାନ୍ତ ସା ଧନ୍ୟବାଦ୍ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.