ହଳନ୍ଦା‌ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ 

ଓଡ଼ିଆ ବାର୍ତ୍ତା/ ଚିଲିକା (ବିଶ୍ବ ବିଜୟୀ ଦାଶ): ଆଜି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଐତିହାସିକ ପଦକ୍ଷେପ ସୂରୁପ କଟକ ବାଲିଯାତ୍ରା ପଡ଼ିଆ ଠାରେ ମାନ୍ୟବର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚ଼ରଣ ମାଝୀଙ୍କ ଦ୍ବାରା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଚ଼ିଲିକା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ହଳନ୍ଦା‌ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ବୁଦ୍ଧିଜୀବି ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିବା ସହ ହିତାଧିକାରୀ ମାନଙ୍କୁ କାର୍ଡ଼ ବଣ୍ଟନ କରିଥିଲେ ଏବଂ ଏହି ଯୋଜନାର ଉପଲବ୍ଧି ବିଷୟରେ ଅଭିଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ବାଣପୁର ଏବିଡ଼ିଓ ଶ୍ରୀ ଯୋଗେନ୍ଦ୍ର ମହାରଣା, ହଳନ୍ଦା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ସୁନନ୍ଦା ମିଶ୍ର, ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସବିତା ଦାସ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ସତ୍ୟନାରାୟଣ ପାଲଟାସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.