ଲାଞ୍ଜିଗଡ଼ରୋଡ଼ ଠାରେ ଆୟୁଷ୍ମାନ କାର୍ଡ ବଣ୍ଟନର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡିଶାବାସୀଙ୍କ ବହୁପ୍ରତୀକ୍ଷିତ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ସଂଯୁକ୍ତ ଯୋଜନାର ସାସ୍ଥ୍ୟ କାର୍ଡ ଶୁଭାରମ୍ଭ ହୋଇଛି। ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଓ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ କଟକ ବାଲିଯାତ୍ରା ପଡିଆରୁ ଏହାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକ ମେଡିକାଲ ଅଫିସର୍ ଡ଼ ଭବାନୀ ଶଙ୍କର ଲେଙ୍କାଙ୍କ ନେତୃତ୍ବରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ୩ଟି ପଞ୍ଚାୟତ କେନ୍ଦ୍ରେଇ ଲାଞ୍ଜିଗଡ଼ ରୋଡ଼, ମଧୁପୁର, ବେନଗାଁରେ ଆୟୁଷ୍ମାନ ଆରୋଗ୍ୟ ଶୁଭାରମ୍ଭ କରାଯାଇ ପ୍ରଥମ ପର୍ଯ୍ୟାୟରେ ପ୍ରତି ପଞ୍ଚାୟତରେ ୧୫ ଜଣ ଲେଖାଏ ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯାଇଛି।

ଲାଞ୍ଜିଗଡ଼ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଅନ୍ତର୍ଯ୍ୟାମୀ ରଣାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ଼ରୋଡ଼ ସରପଞ୍ଚ ମମତା ଶବର, ସମିତି ସଭ୍ୟା ମୁକ୍ତା ଭୋଇ, ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଭବାନୀ ଶଙ୍କର ଲେଙ୍କା, ସିକେରକୁପା ଫାଣ୍ଡି ଅଧିକାରୀ ମୀନକେତନ ଶବର, ପୂର୍ବତନ ସରପଞ୍ଚ ଟଙ୍କଧର ମାଝୀ, ସମାଜସେବୀ ଚନ୍ଦ୍ର ଶେଖର ମହାପାତ୍ର, ହରିଶଙ୍କର ପାତ୍ର, ପୂର୍ବତନ ସମିତି ସଭ୍ୟ ଦୀପକ ମହାପାତ୍ର, ଲାଞ୍ଜିଗଡ଼ରୋଡ ବିଜେପି ଯୁବମୋର୍ଚ୍ଚା ସଭାପତି ମିଳନ କୁମାର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ।

ଏଥିରେ ୧ହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟକ୍ରମକୁ ଫାର୍ମାସିଷ୍ଟ ରବିନ୍ଦ୍ର କୁମାର ସାହୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ସନ୍ତୋଷ ନାଗ, ତଲେଶ୍ଵର ଭୋଇଙ୍କ ସମେତ ସମସ୍ତ କର୍ମଚାରୀ, ଆଶା କର୍ମୀ ଏବଂ ଗ୍ରାମବାସୀ ସହଯୋଗ କରିଥିଲେ।

ସେହିପରି ବେନଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ମଧୁପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତେବେ ପ୍ରତେକ ହିତାଧୂକାରୀଙ୍କୁ ୫ ଲକ୍ଷ ଓ ମହିଳାଙ୍କ କ୍ଷେତ୍ରରେ ଅତିରିକ୍ତ ଆଉ ୫ ଲକ୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ରାଶି ଦିଆଯିବ।

ଯଦି ୭୦ବର୍ଷରୁ ଅଧୂକା ଥିଲେ ସେମାନଙ୍କୁ ସ୍ବତନ୍ତ୍ର କାର୍ଡ ଦିଆଯିବ ଓ ୩ ମାସ ମଧ୍ୟରେ ଏହି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସ୍ବାସ୍ଥ୍ୟ ବୀମା କାର୍ଡ ପହଞ୍ଚାଯିବ ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୧୫ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ କାର୍ଡ଼ ବଣ୍ଟନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.