ଟିକ୍ରାପଡ଼ାରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆୟୁଷ୍ମାନ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ଶୁଭାରମ୍ଭର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ଷ୍ଟାଫ ନର୍ସ ରଶ୍ମିତା ପଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ତହସିଲଦାର ଆଶିଷ ଏକ୍କା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭାନୁପ୍ରତାପ ଭୋଇ, ବିପିଏମ ଅମୀୟ ରାଜପଲିଆ, ସାଂସଦ ପ୍ରତିନିଧି ଗଦାଧର ବଗର୍ତ୍ତୀ, ସରପଞ୍ଚ ନରେନ୍ଦ୍ର କଲେତ, ଆଇନଜୀବି ଗୌରଚନ୍ଦ୍ର ରାଜପଲିଆ ଅତିଥି ଭାବେ ଯୋଗଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଆକାଶ ପଧାନ, ଡାକ୍ତର ଅଶୋକ ମେହେର, ସ୍ୱାସ୍ଥ୍ୟ କର୍ମୀ ସଫଳା ଖମାରୀ, ବିଶ୍ୱମାୟା ଦାଶ, ବଚସ୍ବିନୀ କବାଟ, କୌଶଲ୍ୟା ମୁଣ୍ଡା, ସିଏଚଓ ଆଶାରାଣୀ ଦୀପ ପ୍ରମୁଖ ଉପସ୍ଥିତ ରହିଥିଲେ | ଏହି ଅବସରରେ ଅତିଥିଗଣ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ବିତରଣ କରିଥିଲେ | ଟିକ୍ରାପଡ଼ା, ଝିଙ୍କିଡୁଙ୍ଗୁରି ଓ ଜୁରାବନ୍ଧ ପଞ୍ଚାୟତରୁ ବହୁ ସଂଖ୍ୟାରେ ଜନସାଧାରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.