ସୋନପୁରର ବିଶିଷ୍ଟ ସୂପକାର ରମେଶ ମିଶ୍ରଙ୍କ ନିଧନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର କଲେଜର ପ୍ରାକ୍ତନ ଚତୁର୍ଥ ଶ୍ରେଣୀ କର୍ମଚାରୀ ରମେଶ ପ୍ରସାଦ ମିଶ୍ର (ବାଦୁ)ଙ୍କ ୬୮ ବର୍ଷରେ ଗତକାଲି ଶାନ୍ତିନଗର ସ୍ଥିତ ବାସଭବନରେ ରାତି ୧୧ ଟା ବେଳେ ପରଲୋକ ଘଟିଛି। ଏ ଖବର ପ୍ରସାରିତ ହେବା ପରେ ନିଜ ଜନ୍ମ ମାଟି ବୌଦ୍ଧ ବୁକୁରା ମୁଣ୍ଡା ଗାଁ ଓ ସୋନପୁର ସହରରେ ଶୋକର ଛାୟା ଖେଳିଯାଇଛି। ଅଶୀ ଦଶକରେ ଜଣେ ପ୍ରସିଦ୍ଧ ସୂପକାର ଭାବରେ ସେ ଜିଲ୍ଲା ତଥା ଅନ୍ୟାନ୍ୟ ଜିଲ୍ଲାରେ ପ୍ରତିଷ୍ଠା ଲାଭ କରିଥିଲେ। ଶ୍ରୀ ମିଶ୍ର ତାଙ୍କ ଗାଁରେ ଗରିବ ଲୋକଙ୍କ ଶବ ସଂସ୍କାର ପାଇଁ ମାଗଣାରେ କାଠ ସାମଗ୍ରୀ ଯୋଗାଇ ଅନେକ ସେବା କାର୍ଯ୍ଯ କରି ଆସିଥିବା ବେଳେ ଗତ ନିର୍ବାଚନରେ କଣ୍ଟାମାଳ ୩ ନମ୍ୱର୍ ଜୋନରେ ଜିଲ୍ଲା ପରିଷଦ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ସୋନପୁରରେ ଯୋଗାଳୟ ସମେତ ବିଭିନ୍ନ ସଂଗଠନ ସହିତ ସାମିଲ ରହି ସେ ଖୁବ୍ ପରିଚିତ ଥିଲେ। ତାଙ୍କ ମିଷ୍ଟ ଭାଷା ଓ ବ୍ୟବହାର ସମସ୍ତଙ୍କୁ ଆକୃଷ୍ଟ କରିଥିଲା। ଗତକାଲି ସକାଳୁ ଭୁବନେଶ୍ବରର ଏକ ଘୋରୋଇ ମେଡିକାଲରୁ ସୋନପୁର ବାସଭବନକୁ ଆଣିବା ପରେ ପରେ ଲୋକାରଣ୍ୟ ହୋଇଯାଇଥିଲା। ପୁଅ ଝିଅ ନାତି ନାତୁଣୀ ସମ୍ପର୍କୀୟ ଲୋକେ ମୃତ୍ୟୁ ବେଳେ ଉପସ୍ଥିତ ଥିବା ବେଳେ ଜିଲ୍ଲାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ବନ୍ଧୁ ପରିବାର ତାଙ୍କ ଅନ୍ତିମ ଦର୍ଶନ କରିଥିଲେ। ଏହି ଶୋକ ଖବର ବ୍ୟାପିବା ପରେ ବରିଷ୍ଟ ନାଗରିକ ସଂଘ, କଲେଜ୍ ଅଧ୍ୟାପକ ସଂଘ, ଜିଲ୍ଲା ବ୍ୟବସାୟୀ ସଂଘ, ପତଞ୍ଜଳୀ ଯୋଗ ସମିତି, ଦିବ୍ୟଊର୍ଯା ଯୋଗ ସେବା ସମିତି, ଶ୍ରୀ ଗୋପାଳ ଜୀ ଯୋଗାଳୟ, ସ୍ଵଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା ସମେତ ଅନେକ ସାମାଜିକ ଅନୁଷ୍ଠାନ ଅନ୍ତିମ ସଂସ୍କାରରେ ଯୋଗ ଦେଇ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ସ୍ଥାନୀୟ ରାମେଶ୍ବର ଶ୍ମଶାନ ଘାଟରେ ସ୍ୱର୍ଗୀୟ ମିଶ୍ରଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଡ ପୁଅ ସତ୍ୟବାନ ମିଶ୍ର ପିତାଙ୍କୁ ମୁଖାଗ୍ନୀ ଦେଇଥିଲେ ଓ ସଚିନ ମିଶ୍ର ଓ ଶକୁନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଗୋପାଲଜୀ ଯୋଗାଳୟ ଓ ଫରେଷ୍ଟ ପାର୍କ ଠାରେ ଯୋଗ ସମିତି ପକ୍ଷରୁ ଆଜି ସକାଳେ ଶୋକ ସଭା ପାଳନ କରାଯାଇ ସ୍ୱର୍ଗୀୟ ଆତ୍ମାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.