କେଏନପୁର ଗ୍ରାମରେ ଚାଲିଥିବା ନୃସିଂହ ଚତୁର୍ଦଶୀ ଯାତ୍ରା ପରେ ଆରମ୍ଭ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ):
ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ କେ ଏନ ପୁର ଗ୍ରାମରେ ପ୍ରଭୁ ନୃସିଂହ ଠାକୁରଙ୍କ ଚତୁର୍ଦ୍ଦଶୀ ଯାତ୍ରା ରୀତିନୀତି ଅନୁସାରେ, ବ୍ରାହ୍ମଣ ଙ୍କ ଦ୍ୱାରା ପୂଜା ପାଠ, ହୋମ, କାର୍ଯ୍ୟ କରାଯାଇ ନୃସିଂହ ଜନ୍ମ ବିଧାନ କରାଯାଇ ପରେ ଲୋକଙ୍କ ସହଯୋଗ ରେ ଘଣ୍ଟ, ମୃଡୁଙ୍ଗ, କାହାଳି ଓ ପାଟ, ପାଟୁଆର ରେ ବିଜେ ଠାକୁରଙ୍କୁ ବିମାନରେ ବସାଇ ଗାଁ ପରିଭ୍ରମଣ କରା ଯାଇ ମନ୍ଦିର କୁ ଗଲା ପରେ ଅର୍ଣ୍ଣ, ବ୍ୟଞ୍ଜନ ଭୋଗ ସମସ୍ତଙ୍କୁ ବିତରଣ କରାଯାଇଥିଲା | ତେବେ ମନୋରଞ୍ଜନ ନିମନ୍ତେ ଭାରତ ଲୀଳା ଓ ରାମାୟଣ ନାଟକ ପରିବେଷଣ କରାଯାଇ ଥିଲା | ଏହାକୁ ମନ୍ଦିର କର୍ତ୍ତୃପକ୍ଷ, ଗ୍ରାମବାସୀ, ଯୁବଗୋଷ୍ଟି ଙ୍କମିଳିତ ସହଯୋଗ ରେ ଆରମ୍ଭ କରଯାଇଥିଲା | ତେବେ ଏହି କାର୍ଯ୍ୟକ୍ରମ ର ଉଦଘାଟନ ବ୍ଳକ ଅଧକ୍ଷା କାର୍ଯ୍ୟକ୍ରମ ରେ କିଛି ରାଜ ନେତା, ସାମ୍ବାଦିକ, ସମାଜ ସେଵୀ, ବ୍ୟବସାୟୀ ଓ ବ୍ଳକ ଅଧକ୍ଷା ପିଙ୍କି ବେହେରା ଏହାକୁ ଉଦ ଘାଟନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପ୍ରତିନିଧି କୋରନାଥ ସ୍ୱାଇଁ, ସମ୍ନାନ୍ୱିତ ଅତିଥି ମାନେ ହେଲେ ଅଧକ୍ଷା ପ୍ରତିନିଧି ଜଗତ ବନ୍ଧୁ ପଣ୍ଡା, ସରପଞ୍ଚ ପ୍ରତିନିଧି, ଶିକୁଳା ସମିତି ସଭ୍ୟ କୁମୁଦ ବେହେରା, ପ୍ରତାପୁର ସରପଞ୍ଚ ଦାଶ ବେହେରା,ଆଇନ ଯିଵି ଗୌରୀ ଶଙ୍କର ରାଉଳ, ପୂର୍ବତନ କେ ଏନ ପୁର ସରପଞ୍ଚ ବିକ୍ରମ ବେହେରା, କେ ଏନ ପୁର ପୂର୍ବତନ ସମିତି ସଭ୍ୟ ସିମାଞ୍ଚଳ ନାହାକ, କାଳୀ ଚରଣ ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ, ରାମଚନ୍ଦ୍ର ସାହୁ, ରାମକୃଷ୍ଣ ସାହୁ, ହରିହର ପ୍ରଧାନ, ଏନ ରମେଶ ଚନ୍ଦ୍ର ପ୍ରଧାନ, ଲୋକନାଥ ସାହୁ, ବରିଷ୍ଟ ଗଣ ମାଧ୍ୟମ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ, ସାମ୍ବାଦିକ ଅମିତ କୁମାର ମହାପାତ୍ର, ଓ ଶାନ୍ତନୁ କୁମାର ପଣ୍ଡା ସାମ୍ବାଦିକ ମଞ୍ଚାସିନ ରହିଥିଲେ | ଅଧକ୍ଷା ଓ ମୁଖ୍ୟ ଅତିଥିଏବଂ ସମ୍ମାନୀତ ଅତିଥି ମାନଙ୍କୁ ଗ୍ରାମବାସୀ ଉତ୍ତରୀୟ ଓ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ କରି ଥିଲେ | ଏବଂ ମଞ୍ଚ ଉପରକୁ ପାଛୋଟି ବେଇଥିଲେ | ଏହାସହିତ ଅଂଚଳର ଯୁବଗୋଷ୍ଟି ଓ ସହଯୋଗୀ ମାନେ ହେଲେ ରାଜେନ୍ଦ୍ର କୁମାର ପଣ୍ଡା, ଦୀପକ ସାହୁ, ମନୋଜ କୁମାର ସାହୁ, ଦୟା ସାହୁ, ବରଜ ମୁଦୁଲି, ରାଜୀବ ଲୋଚନ ବେହେରା, ରବୀନ୍ଦ୍ର ନାଥ ସାହୁ, ରାମଚନ୍ଦ୍ର ସାହୁ, ସୁଦର୍ଶନ ସାହୁ, ନାରାୟଣ ସାହୁ, ନବୀନ ଚନ୍ଦ୍ର ସାହୁ, ଏନ ସୁରେନ୍ଦ୍ର ନାଥ ପ୍ରଧାନ, ଟୁକୁନା ସାହୁ, ପ୍ରତାପ ଚନ୍ଦ୍ର ସାହୁ, ବିରଞ୍ଚି ସାହୁ, ପର୍ଶୁରାମ ସାହୁ, ଙ୍କ ସହିତ ସମସ୍ତ ଯୁବ ଗୋଷ୍ଟି, ଗ୍ରାମବାସୀଙ୍କ ସହଯୋଗ ରେ ନାଟକ କାର୍ଯ୍ୟ ଆରମ୍ଭ କରାଯାଇଥିଲା | ଏହି କାର୍ଯ୍ୟକ୍ରମ କୁ ଏହି ପଞ୍ଚାୟତ ତଥା ବାଲିଆ ଗ୍ରାମର ଅଧିବାସୀ, ସମାଜ ସେଵୀ, ରାଜ ନୈତିକ ବ୍ୟକ୍ତି ବିଶେଷ, ଉତ୍ତମ ସଂଘଟକ, ଏବଂ ଭଦ୍ର ଓ ପରୋପକାରୀ ଏନ ରାମଚନ୍ଦ୍ର ରେଡ଼ିଙ୍କ ସଂଯୋଜନାରେ ଠାକୁରଙ୍କ କାର୍ଯ୍ୟ ସହିତ ମନୋରଞ୍ଜନ କାର୍ଯ୍ୟ ପରିଚାଳିତ ହୋଇଥିଲା | ରାମାୟଣ ନାଟକ କୁ ଜନସାଧରଣ ମନଭରୀ ଉପଭୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.