ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆଜି ହେଉଛି ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଂ ଦିବସ। ପ୍ରତିବର୍ଷ ଆର୍ଟ ଗିଭିଂ ଦିବସରେ ସ୍ୱତନ୍ତ୍ର ଥିମ ଥାଏ, ଚଳିତ ବର୍ଷର ଥିମ ରହିଛି ନେବରଗୁଡ଼, ପଡୋଶୀ ଙ୍କ ସହ ସୁସମ୍ପର୍କ, ଦୟା ଓ ଉଦାରତା ମଧ୍ୟରେ ଅନ୍ୟକୁ ଶାନ୍ତି ସହଯୋଗ ପ୍ରଦାନ କରି ଶିକ୍ଷା କୁ ପ୍ରୋତ୍ସାହିତ କରିବା ଏହାକୁ ନେଇ ଆଜି ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଆର୍ଟଅଫ ଗିଭିଂ ଦିବସ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କିଟ କିସ ପରିବାର ପକ୍ଷରୁ ବ୍ଲକ ସଂଯୋଜକ ସନ୍ଥ କୁମାର ନାଏକଙ୍କ ତତ୍ୱାବଧାନରେ ଶନିବାର କୋକସରା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ କିସର ପୂର୍ବତନ ଛାତ୍ର ତଥା ଅଧ୍ୟାପକ ଭୁବନେଶ୍ୱର ଦିଶାରୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହ ରେ ଗରୁଡ଼ଧ୍ୱଜ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଅନ୍ୟ ଅତିଥିଙ୍କ ମଧ୍ୟରେ କୋକସରା ବ୍ଲକ ଆଦିବାସୀ ସଂଘର ସାଧାରଣ ସମ୍ପାଦକ ତ୍ରିନାଥ ଶବର ମୁଖ୍ୟବକ୍ତା, କିସ୍ କୋକସରା ଶାଖା ବ୍ଳକ ସଂଯୋଜକ ସନ୍ଥ କୁମାର ନାଏକ, ବ୍ଲକ ଭତରା ସମାଜର ଉପ-ସଭାପତି ଘନଶ୍ୟାମ ନାଏକ, ହଳବା ସମାଜର ଜିଲ୍ଳା ସଭାପତି ସହଦେବ ନେଗୀ, ଭତରା ସମାଜର ପୂର୍ବତନ ଜିଲ୍ଳା ସଭାପତି ନୀଳକଣ୍ଠ ମାଝୀ, କୁମଯୋର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଯୋଗିନ୍ଦ୍ର ହଂସ,ସୁନାମାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ, ଭତରା ସମାଜର ଜିଲ୍ଳା ଉପ-ସଭାପତି ଘାସିରାମ ନାଏକ,ଦୋଳଗୋବିନ୍ଦ ନାଏକ, ଲଷ୍ମୀକାନ୍ତ ପୁଝାରୀ, ଶାନ୍ତିଲତା ମାଝୀ, ଜତିନ ମାଝୀ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେବାପାଇଁ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରି ଆଗାମୀ ଦିନରେ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ଏଭଳି ଶିକ୍ଷାନୁଷ୍ଠାନରେ ଶିକ୍ଷା ଲାଭ କରି ସମାଜରେ ପ୍ରତିଷ୍ଠିତ ହେବା ପାଖ ପଡୋଶୀଙ୍କ ସହ ସୁସମ୍ପର୍କ ସ୍ଥାପନ କରିବା ଅସୁବିଧା ସମୟରେ ସାହାଯ୍ୟ ସହଯୋଗ କରିବା ପାଇଁ ଅତିଥି ମାନେ ମତବ୍ୟକ୍ତ କରିଥିଲେ। କିସ ଓ କିଟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ତ୍ୟାଗ ଓ ସଂଘର୍ଷ ମୟ ଜୀବନ କାହାଣୀ କୁ ବକ୍ତବ୍ୟ ଓ ସଙ୍ଗୀତ ମାଧ୍ୟମରେ ଉପସ୍ଥାପନା କରିଥିଲେ l ଏହି ଅବସରରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଶାନ୍ତି ମାଝୀ ସମାଜସେବୀ ନର୍ଲା, ଜୟରାମ ରାଉତ ଆଦର୍ଶ ଶିକ୍ଷକ ବଡ଼ କେନ୍ଦୁଗୁଡା,
ଅବସର ପ୍ରାପ୍ତ ଯବାନ ସହଦେଵ ଶବର ନୂଆଗୁଡା, କୃପାସିନ୍ଧୁ ପାତ୍ର ସୁନାମାଲଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସୁଧୀର ଧଙ୍ଗଡ଼ାମାଝୀ ମଞ୍ଚ ପରିଚାଳନା କରିଥିବା ବେଲେ ବ୍ଲକ ର ବିଭିନ୍ନ ଗ୍ରାମରୁ କିଟ କିସ ର ନୂତନ ଓ ପୁରାତନ ଛାତ୍ର ଛାତ୍ରୀ, ଅଭିଭାବକ ଅଭିଭାବିକା ମାନେ ଉପସ୍ଥିତ ଥିଲେ l