ନାଉଗାଁ ଫେଷ୍ଟିଭାଲରେ ସମ୍ବର୍ଦ୍ଧିତ ହେଲେ ସାହିତ୍ୟିକା ଛବିରାଣୀ ପତି

ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ତୃତୀୟ ନାଉଗାଁ ଫେଷ୍ଟିଭାଲର ଦ୍ୱିତୀୟ ଦିବସ ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ଦ୍ୱିତୀୟ ସନ୍ଧ୍ୟାରେ ଏକମାତ୍ର ପ୍ରତିଭା ତଥା ବିଶିଷ୍ଟ କବି ଓ ସାହିତ୍ୟିକା ଶ୍ରୀମତୀ ଛବିରାଣୀ ପତିଙ୍କୁ “ନାଉଗାଁ ଫେଷ୍ଟିଭାଲ ସମ୍ମାନ -୨୦୨୫” ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଶାର ଶିଳ୍ପ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ ଏହି ସମାରୋହକୁ ଉଦଘାଟନ କରିବା ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। କଟକ, ଗ୍ଲୋବାଲ ଇଣ୍ଡିଆନ ମଡେଲ ସ୍କୁଲ ପକ୍ଷରୁ ପ୍ରାୟୋଜିତ ଏହି ଉତ୍ସବରେ ପରିଷଦର ସଭାପତି ଚୌଧୁରୀ ଡକ୍ଟର ସତ୍ୟ ଦାସ ସଭାପତିତ୍ବ କରିଥିଲେ ଓ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ବିଶିଷ୍ଟ ଅତିଥି ଭାବେ ସାହିତ୍ୟିକ ଇଂ ପ୍ରଭାକର ସ୍ୱାଇଁ ଯୋଗ ଦେଇଥିଲେ । ସଂପାଦକୀୟ ବିବରଣୀ ପାଠ କରିଥିଲେ ସମ୍ପାଦକ ଧନଞ୍ଜୟ ପରିଜା। ଏହି ଅବସରରେ ରାତି ତମାମ ଛଉ, ଓଡ଼ିଶୀ, ସମ୍ବଲପୁରୀ, ଵିହୁ ଏବଂ ପୌରାଣିକ ଓ ଶାସ୍ତ୍ରୀୟ ନୃତ୍ୟ ମାନ ପରିବେଷଣ ହେବା ଫଳରେ ନାଉଗାଁର ଗୋବରୀ ନଦୀ ପଠା ମଣିକର୍ଣିକା ଘାଟ, ଚଗଲା ଦାସ ମଠ ବେଶ୍ ଉତ୍ସବ ମୁଖରିତ ହୋଇ ଉଠିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.