ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘର ସଧାରଣ ବୈଠକ ଓ ନିର୍ବାଚନ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୋନପୁର ଗାନ୍ଧୀ ଷ୍ଟାଡିୟମ୍ ଗ୍ୟାଲେରୀ ରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡ଼ା ସଂଘର ସାଧାରଣ ବୈଠକ ଓ ନିର୍ବାଚନ ବୈଠକ ସଫଳଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଅନ୍ୟା ଦାସଙ୍କ ପ୍ରତିନିଧି ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ଓ ପୋଲିସ ଅଧିକ୍ଷକ ନାରାୟଣ ନାୟକଙ୍କ ପ୍ରତିନିଧି ଭାବେ ଉପ ଆରକ୍ଷୀ ଅଧିକ୍ଷକ ଆର କେ ମହାରଣା ଉପସ୍ଥିତ ରହିଥିଲେ। ବୈଠକର ନିର୍ବାଚନ ପ୍ରକ୍ରିୟା ଓ ପରିଚାଳନା ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର ଓ ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ କରିଥିଲେ। ନିର୍ବାଚନ ଫଳାଫଳ ଅନୁଯାୟୀ, ଜିଲ୍ଲା କ୍ରୀଡ଼ା ସଂଘର ନୂତନ କାର୍ଯ୍ୟନିର୍ବାହୀ ସମିତିରେ ଚିତ୍ତରଞ୍ଜନ ତରାସିଆ ଉପ ସଭାପତି, ପିୟୁଷ କୁମାର ପଣ୍ଡା ସଧାରଣ ସମ୍ପାଦକ, ନନ୍ଦ କିଶୋର ତ୍ରୀପାଠୀ ସହ ସମ୍ପାଦକ, ରାଜୀବ କୁମାର ସାହୁ ଫୁଟବଲ୍ ସମ୍ପାଦକ, ପୁରୁଷୋତ୍ତମ ପାଣିଗ୍ରାହୀ ଭଲିବଲ୍ ସମ୍ପାଦକ ଓ ସୁଭାଷ ବିଶ୍ୱାଳ କୋଷାଧ୍ୟକ୍ଷ ଭାବରେ ମନୋନୀତ ହୋଇଛନ୍ତି। କାର୍ଯ୍ୟକାରିଣୀ ସଦସ୍ୟ ଭାବେ କଇରୁ ସ୍ୱାଇଁ, ଗୌରୀ ଶ୍ୟାମ ପଣ୍ଡା, ଦିଲ୍ଲୀପ ଗୁରୁ, ଭୂକୁଲୁ ବକ୍ସି, ଗୋପାଳ ବରାଇ, ଗତିକୃଷ୍ଣ ମିଶ୍ର, ଜିତେନ୍ଦ୍ର କୁମାର ସାହୁ, ଆଦିତ୍ୟ ପ୍ରସାଦ ଦାନୀ, ବି. ସତ୍ୟ ନାରାୟଣ ରାଓ, ସୁଦର୍ଶନ ପଣ୍ଡା, ବଳରାମ ପଟ୍ଟନାୟକ, ଦିଗାମ୍ବର ଶତପଥି, କମଳାକାନ୍ତ ସାହୁ, କଲିମ ମହମ୍ମଦ ଓ ଭକ୍ତି ରଞ୍ଜନ ଦଳାଇଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି। ଏହି ବୈଠକରେ ଏକ ସ୍ପୋର୍ଟସ ହଷ୍ଟେଲ ନିର୍ମାଣ ଓ କ୍ରୀଡ଼ା ସଂଘର ସମ୍ପୂର୍ଣ୍ଣ ବିକାଶ ପାଇଁ ନୂତନ କାର୍ଯ୍ୟନିର୍ବାହୀ ସମିତି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି। ଏହାର ଉତ୍ତରରେ ଅତିରିକ୍ତ ଜିଲ୍ଲାପାଳ ତଥା ଉପସ୍ଥିତ ଅଧିକାରୀ ଏହି ଉଦ୍ୟମକୁ ସମର୍ଥନ କରି ଭବିଷ୍ୟତରେ ପ୍ରଶାସନ ଦ୍ୱାରା ଆବଶ୍ୟକ ସହଯୋଗ କରିବାକୁ ପ୍ରତିଶୁତି ଦେଇଥିଲେ। ସେ ଏହି ବୈଠକରେ ଜିଲ୍ଲା କ୍ରୀଡ଼ା ସଂଘର ପୂର୍ବତନ କାର୍ଯ୍ୟକାଳରେ ନିଆଯାଇଥିବା ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଶଂସା କରିଥିଲେ। ବୈଠକର ଶେଷ ଅଧିବେଶନ ଉପସଭାପତିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଶେଷରେ ସହ ସମ୍ପାଦକ ନନ୍ଦ କିଶୋର ତ୍ରୀପାଠୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ବୈଠକର ଶେଷ ଘୋଷଣା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.