୪୪ ବସ୍ତା ଗଞ୍ଜେଇ ଜବତ, ମାଫିଆ ଗିରଫ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ପକ୍ଷରୁ ସାରଙ୍ଗ ଗଡ଼ – ରାଇକିଆ ଛକ ନିକଟରେ ଏସଆଇ ଦମୟନ୍ତୀ ବେହେରା ଯାନବାହାନ ଯାଞ୍ଚ କରୁଥିବା ବେଳେ ପୋଲିସ ଏକ ମାକ୍ସ ପିକପ୍ ବୁଲେର ଗାଡ଼ିକୁ ଅଟକାଇ ଥିଲେ। ହେଲେ ରଖିବା ବଦଳରେ ଦୃତ ଗତିରେ ଯିବା ବେଳେ ପୋଲିସ ଗାଡି ପିଛା କରି ଧରିବାରେ ସକ୍ଷମ ହୋଇଥିଲା। ଉକ୍ତ ଗାଡି ନଂ ଓଡି ୦୭ ଏଜେ ୨୩୦୭ ଯୋଗେ ୪୪ ଟି ବସ୍ତା ଗଞ୍ଜେଇ ଗଜପତି ଜିଲ୍ଲାକୁ ଚାଲାଣ କରିବା ପାଇଁ ପୋଲିସ ତଦନ୍ତ କରି ଜାଣିପାରି ଥିଲା। ପରେ ଥାନା ଓଆଇସି ଅଶୋକ କୁମାର ତ୍ରିପାଠୀ, ଏଏସଆଇ ଉମାଶଙ୍କର ପେଡେଣ୍ଟି ଓ ସୁରେନ୍ଦ୍ର କୁମାର ରାଜହଂସଙ୍କ ସହିତ ପୋଲିସ ଯାଞ୍ଚକାରୀ କର୍ମଚାରୀ ମାନେ ଉକ୍ତ ଗଞ୍ଜେଇ ବସ୍ତା ଜବତ କରିଥିଲେ। ଉକ୍ତ ସ୍ଥାନରେ ମାଜିଷ୍ଟ୍ରେଟ ତହସିଲଦାର ଆନନ୍ଦ କୁମାର ପଣ୍ଡା ଓ କଞ୍ଜାମେଣ୍ଡି ପଞ୍ଚାୟତ ନିର୍ବାହୀ ଅଧିକାରୀ କେଶବ ଚନ୍ଦ୍ର କାମ୍ପଙ୍କ ଉପସ୍ଥିତିରେ ଉକ୍ତ ବସ୍ତା ଗୁଡିକରେ ଥିବା ୮୮୦ କେଜି ୭୯୦ ଗ୍ରାମ ଗଞ୍ଜେଇ ସହ ବୁଲେର ଗାଡ଼ିକୁ ଜବତ କରିଥିଲେ।ଏ ସକ୍ରାନ୍ତରେ ଥାନା କେସ ନଂ ୯୫/୨୫ ରେ ଏକ ଏନଡିପିଏସ ମାମଲା ରୁଜୁ କରି ଚାଲାଣକାରୀ ଆସାମୀ ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ପାଣିଗଣ୍ଡା ମନ୍ଦିର ସାହିର‌ ସୁରଜ୍ ଓରଫ କାଳିଆ ପାଇକ (୨୩) କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦାଃ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.