ଶିକ୍ଷକ ନେତା ଅବନୀ କୁମାର ବରାଳଙ୍କ ୯୧ତମ ଜୟନ୍ତୀ ପାଳନ

ଓଡିଆ ବାର୍ତ୍ତା/ ପଦ୍ମପୁର: ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ପ୍ରତିଷ୍ଠାତା ଶିକ୍ଷକ ନେତା ପ୍ରଫେସର ଅବନୀ କୁମାର ବରାଳଙ୍କ ୯୧ ତମ ଜୟନ୍ତୀ ବରଗଡ଼ ଜିଲ୍ଳା ବେସରକାରୀ କଲେଜ ଶିକ୍ଷକ ସଂଘ ଆନୁକୂଲ୍ୟରେ ପଦ୍ମପୁର ସ୍ଥିତ ମହିଳା କନିଷ୍ଠ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଜିଲ୍ଲା ସଂଘର ସଭାପତି ପ୍ରାଧ୍ୟାପକ ବିଦ୍ୟାଧର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ସୁଦୀପ୍ତ କୁମାର ଦାଶ, ଉପ-ସଭାପତି ପ୍ରାଧ୍ୟାପକ ବିନୋଦ ବିହାରୀ ମିଶ୍ର, ସହ-ସଂପାଦିକା ତଥା ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶ,  ଅଧ୍ୟାପକ ବିଷ୍ଣୁ ପ୍ରସାଦ ଷଡ଼ଙ୍ଗୀ ପ୍ରମୁଖ ସ୍ବର୍ଗତ ପ୍ରଫେସର ବରାଳଙ୍କ ଫଟୋ ଚିତ୍ରରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ତାଙ୍କର ବହୁମୁଖୀ ପ୍ରତିଭା ଓ ଶିକ୍ଷକ ସମାଜ ପ୍ରତି ଅବଦାନ ସମ୍ପର୍କରେ ସ୍ଵକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟ କର୍ମଚାରୀ ମାନଙ୍କ ମଧ୍ୟରେ ଦିଲ୍ଲୀପ କୁମାର ବେହେରା, ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଯୁବରାଜ ବେହେରା, ବଳରାମ ସାହା ପ୍ରମୁଖ ସହାୟତା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.