ଜୁନାଗଡ଼ରେ ରେଳ ବିକାଶ ନେଇ ରେଳଯାତ୍ରୀ ସଂଘର ଆଲୋଚନା

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ଅଂଚଳରେ ରେଳ ବିକାଶ ନେଇ ରେଳ ଯାତ୍ରୀ ସଙ୍ଘର ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜୁନାଗଡ଼ ରେଳ ଯାତ୍ରୀ ସଂଘର ସଭାପତି ସୁଧାଂଶୁ ଶେଖର ବରାଡ଼ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଭବାନୀ ଶଙ୍କର ନିଆଲ ଉପସ୍ଥିତ ହୋଇ ଜୁନାଗଡ଼ ଅଂଚଳରେ ରେଳ ବିକାଶକୁ ନେଇ ଆଲୋକପାତ କରିଥିଲେ। ଜୁନାଗଡ଼ ସଂଘର ସମ୍ପାଦକ ସନ୍ତୋଷ କୁମାର ସିଂ ଦେଓ ଜୁନାଗଡ଼ ଷ୍ଟେସନ ର ଉନ୍ନତି କରଣ ଓ ବିଭିନ୍ନ ଟ୍ରେନ ଚଳାଚଳ ପାଇଁ ଦାବୀ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନେଇ ସୂଚନା ପ୍ରଦାନ କରିଥିଲେ। ଏଥିରେ ଜୁନାଗଡ଼ ଅଂଚଳର ରେଳ ବିକାଶ ନେଇ ଜୁନାଗଡ଼ ଷ୍ଟେସନକୁ ଅମୃତ ଭାରତ ଯୋଜନାରେ ସାମିଲ, ଇସ୍ପାତ ଏକ୍ସପ୍ରେସକୁ ଜୁନାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ, ବିଜୟିବାଡା -ରାୟଗଡା ଟ୍ରେନକୁ ଜୁନାଗଡ଼ ପର୍ଯ୍ୟନ୍ତ ପ୍ରସାରଣ, ଜୁନାଗଡ଼ ରୁ ରାୟପୁର ଏବଂ ସମ୍ବଲପୁରକୁ ଏକ୍ସପ୍ରେସ ଟ୍ରେନ, ୨ନମ୍ବର ପ୍ଲାଟଫର୍ମ ଏବଂ ଏହାର ସେଡ ବ୍ୟବସ୍ଥା, ହୀରାଖଣ୍ଡ ରେ ପେଣ୍ଡ୍ରିକାର ବ୍ୟବସ୍ଥା ପ୍ରଭୃତି ଦାବୀ ଗୁଡିକ ଉପସ୍ଥିତ କର୍ମକର୍ତା ମାନେ ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବ୍ଲକ ଚେୟାରମ୍ୟାନ ରଶ୍ମି ରଞ୍ଜନ ନାୟକ, ଜିଲ୍ଲା ଉପସଭାପତି ରାକେଶ କୁମାର ସାହୁ, ପ୍ରଭାତ ଦାସ, ଅମିତ ଅଗ୍ରୱାଲ,କୁବଲେ ପାଣିଗ୍ରାହୀ, ନୀଳକଣ୍ଠ ରାଉତ, ଚମ୍ପକ ଅଗ୍ରୱାଲ, ରବିଶଙ୍କର ସୁନାନୀ ପ୍ରମୁଖ ଉପସ୍ଥିତ ରହିଥ‌ିବା ବେଳେ ନରେନ୍ଦ୍ର କ୍ଷିତି ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.