ଗାଳ୍ପିକା ରଶ୍ମି ରଞ୍ଜିତା ସିଂହଙ୍କ ଗଳ୍ପ ସଂକଳନ ‘ଫୁଲ ପାଖୁଡ଼ାରେ ଶୀତ’ ଉନ୍ମୋଚିତ

ନାରୀ ମନସ୍ତତ୍ତ୍ୱର ସଫଳ ଚିତ୍ରଣ ଗଳ୍ପ ଗୁଡ଼ିକୁ କରିଛି ପ୍ରାଣବନ୍ତ

ଓଡ଼ିଆ ବାର୍ତ୍ତା/ ପୁରୀ (ହେମନ୍ତ ସାହୁ): ନାରୀ ମନସ୍ତତ୍ତ୍ୱର ସଫଳ ଚିତ୍ରଣ ଗଳ୍ପ ଗୁଡ଼ିକୁ କରିଛି ପ୍ରାଣବନ୍ତ । ସାମ୍ପ୍ରତିକ ସମୟର ଘଟଣା ସମୂହକୁ ଅତି ଉଚ୍ଚକୋଟୀର ଭାବେ ନିଜର ଚରିତ୍ର ମାନଙ୍କ ସହାୟତା ରେ ଉପସ୍ଥାପନା କରିବାରେ ସଫଳ ହେଇଛନ୍ତି ଗାଳ୍ପିକା । ଓଡ଼ିଆ ସାହିତ୍ୟରେ ଗଳ୍ପ ଲେଖା କମି ଆସୁଥିବା ବେଳେ ଗାଳ୍ପିକା ରଶ୍ମି ରଞ୍ଜିତା ସିଂହଙ୍କ ଗଳ୍ପ ସଂକଳନଟି ପ୍ରକାଶିତ ହେବା ଏକ ଶୁଭ ସୂଚନା ବୋଲି ଉନ୍ମୋଚନ ଉତ୍ସବରେ ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି । ଗାଳ୍ପିକା ରଶ୍ମି ରଞ୍ଜିତା ସିଂହଙ୍କ ଗଳ୍ପ ସଂକଳନ”ଫୁଲ ପାଖୁଡ଼ା ରେ ଶୀତ” ୟୁଥ୍ ହଷ୍ଟେଲ ସଭାଗୃହରେ ପ୍ରିୟପତ୍ର ପକ୍ଷରୁ ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ଡକ୍ଟର ହେମନ୍ତ କୁମାର ଛୋଟରାୟ, ଡକ୍ଟର ପ୍ରତିମାରାଣୀ ମିଶ୍ର ଷଡ଼ଙ୍ଗୀ, ବିଜୟଲକ୍ଷ୍ମୀ ଦାଶ ମିଶ୍ର, ଦୟାନିଧି ତ୍ରିପାଠୀ, ପୌର୍ଣ୍ଣମାସୀ ଦେବୀ ଉପସ୍ଥିତ ରହି ପୁସ୍ତକ ଉନ୍ମୋଚନ କରି ଗାଳ୍ପିକା ରଶ୍ମି ରଞ୍ଜିତା ସିଂହଙ୍କ ଲେଖନୀକୁ ପ୍ରଶଂସା କରିଥିଲେ । ଗଳ୍ପ ସଂକଳନଟି ଉନ୍ମୋଚନ ସହିତ ଉକ୍ତ ସଂକଳନର ନଅ ଗୋଟି ଗଳ୍ପ ମଧ୍ୟରୁ ତିନୋଟି ଗଳ୍ପ ପଠନ କରାଯାଇଥିଲା । ଏହା ପରେ ପୁସ୍ତକର ସମୀକ୍ଷା କରିଥିଲେ ମଞ୍ଚାସୀନ ଅତିଥିବୃନ୍ଦ । ଏହି ଅବସରରେ ଆୟୋଜିତ କବିତା ଆସରକୁ ସଂଯୋଜନା କରିଥିଲେ ପ୍ରବାସିନୀ ମିଶ୍ର ଏବଂ ଆରତୀ ଜେ ଦାସ । ମହେନ୍ଦ୍ର ଦାଶ, କଳ୍ପନା ମିଶ୍ର, ସତ୍ୟଭାମା ନାୟକ, ସନ୍ନ୍ୟାସୀ ନାୟକ, ଯୋଗେଶ୍ଵର ନାୟକ, ସଦାଶିବ ମିଶ୍ର, ଶୁଭଶ୍ରୀ ସିଂହ, ପ୍ରତିଭା ଦାଶ, ଚନ୍ଦ୍ରଶେଖର ମହାରାଣା, ବିଚିତ୍ରାନନ୍ଦ ମହାପାତ୍ର, ବିଜୟ କୁମାର ପଣ୍ଡା, ମହାମାୟା ତେଜାନୀ, ସରୋଜିନୀ ସାହୁ ପ୍ରମୁଖ କବିତା ପାଠ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସୁଶ୍ରୀ କ୍ରିଷ୍ଣା ମହାପାତ୍ର ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.